ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଦକ୍ଷିଣ ସିନେ ଜଗତର ଅନେକ ବଡ଼ ବଡ଼ କଳାକାରମାନେ ବୁଥ୍ରେ ପହଞ୍ଚି ଭୋଟ୍ ଦେଇଥିବାର ଦେଖିବାକୁ ମିଳିଛି।ହାଇଦ୍ରାବାଦ୍ର ଜୁବ୍ଲି ହିଲ୍ସ ଅଞ୍ଚଳରେ ଥିବା ବୁଥ୍ରେ ଭୋଟ୍ ଦେବାକୁ ଅଭିନେତା ଅଲ୍ଲୁ ଅର୍ଜୁନ ପହଞ୍ଚିଥିବା ଭିଡିଓରେ ଦେଖିବାକୁ ମିଳିଛି। ସେ ଧାଡିରେ ଠିଆ ହୋଇଥିବା
ବେଳେ ଏକ ବୁଥ୍ ବାହାରେ କିଛି ଭୋଟରଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ଅଲୁ ଅର୍ଜୁନ ତାଙ୍କ ଭୋଟ୍ ଦେବା ପରେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଦାୟିତ୍ୱର ସହ ଆସି ଆପଣ ନିଜର ଭୋଟ ଦିଅନ୍ତୁ। ସେହିପରି ଅଭିନେତା ଚୀରଞ୍ଜୀବୀ ମଧ୍ୟ ସକାଳୁ ତାଙ୍କର ମତଦାନ କରିଛନ୍ତି। ସେ ତାଙ୍କ ପରିବାର ସହିତ ଜୁବ୍ଲି ହିଲ୍ସରେ ଯାଇ ଭୋଟ୍ ଦେଇଛନ୍ତି। ଏକ କଳା ରଙ୍ଗର ପୋଷାକରେ ପରିବାର ସହ ଖାଲି ପାଦରେ ଚୀରଞ୍ଜୀବୀଙ୍କୁ ଜୁବ୍ଲି ହିଲ୍ସ ବୁଥ୍ରେ ଯାଇ ଭୋଟ୍ ଦେଇଥିବା ଦେଖିବାକୁ ମିଳିଛି। ଭୋଟ୍ ଦେଇ ସେ ନିଜ କାର ଭିତରକୁ ଯିବା ପରେ ରାଜ୍ୟବାସୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।
ସେ ଗଣମାଧ୍ୟମକୁ କହିଛନ୍ତି ଯେ “ସମସ୍ତେ ଭୋଟ୍ ଦେବା ଉଚିତ୍!ଏହା ପରେ ଭୋଟ୍ ଦେବା ପାଇଁ ଲୋକଙ୍କ ସହ ଧାଡିରେ ଛିଡା ହୋଇଥିଲେ । ଏହି ସମୟରେ ଧାଡିରେ ଛିଡା ହୋଇଥିବା ଲୋକଙ୍କ ସହ କଥା ହୋଇଥିଲେ ଅଲୁ ଅର୍ଜୁନ । ସେହିପରି ଜୁନିଅର ଏନଟିଆର ମଧ୍ୟ ପରିବାର ସହ ଯାଇ ଭୋଟ୍ ଦେଇଛନ୍ତି । ଏହା ପରେ ମତଦାନ କେନ୍ଦ୍ରରେ ପହଂଚିଥିଲେ ଚିରଞ୍ଜିବ । ସେ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।