୩ ହଜାର ଦାମୀ କାର୍ ନେଇ ଯାଉଥିବା ଜାହାଜରେ ଲାଗିଲା ନିଆଁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମର୍ସିଡିଜ୍‌, ବିଏମ୍‌ଡବ୍ଲୁ ଭଳି ୩ ହଜାର ଦାମୀ କାର୍‌ ନେଇ ଯାଉଥିବା ଏକ ଜାହାଜ ରେ ନିଆଁ ଲାଗିଯାଇଛି । ଡଚ୍‌ ଉପକୂଳ ସାଗରରେ ନିଆଁ ଲାଗିଯାଇଥିବା ଅର୍ନ୍ତଯାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।ଘଟଣାରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ‘ଫ୍ରିମେଣ୍ଟଲ୍‌ ହାଇୱେ’ ନାମକ ଏକ ଜାହାଜ ୩ ହଜାରରୁ ଅଧିକ ଦାମୀ କାର ନେଇ ଜର୍ମାନିରୁ ଇଜିପ୍ଟ ଯାତ୍ରା କରୁଥିଲା ।

ଏହି ସମୟରେ କୌଣସି କାରଣରୁ ଜାହଜରେ ନିଆଁ ଲାଗିଯାଇଥିଲା । ଜାହାଜରେ ସମୁଦାୟ ୨୧ଜଣ ଭାରତୀୟ କର୍ମଚାରୀ ଥିବା କୁହାଯାଇଥିବା । ଜୁଲାଇ ୨୫ ରାତିରେ ଜର୍ମାନ୍‌ ବନ୍ଦର ବ୍ରିମର୍‌ହାଭେନ୍‌ ଛାଡ଼ିବାର ଅଳ୍ପ ସମୟ ପରେ ଜାହାଜରେ ନିଆଁ ଲାଗିଯାଇଥିଲା। କେତେକ ଉଦ୍ଧାରକାରୀ ଜାହାଜ ସହିତ ଡଚ୍‌ ତଟରକ୍ଷୀ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ନିଆଁକୁ ଆୟତ୍ତ କରି ପାରିନଥିଲେ ।

Leave A Reply

Your email address will not be published.