ଫଲକନୁମା ଏକ୍ସପ୍ରେସରେ ଲାଗିଗଲା ନିଆଁ, ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହାଓଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ନିଆଁ । ବିଶାଖାପଟଣମର ପାଗିଡିପାଲି-ବୋମାଇପାଲି  ମଧ୍ୟରେ ଘଟିଛି ଏହି ଦୁର୍ଘଟଣା । ହୁତୁହୁତୁ ଜଳୁଛି ଫାଲକନାମା ଏକ୍ସପ୍ରେସ ଟ୍ରେନ । ଟ୍ରେନର ତିନୋଟି ବଗିରେ ନିଆଁ ଲାଗି ଯାଇଛି ।  ଅଗ୍ନିକାଣ୍ଡ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇ ଯାଇଛି । ଟ୍ରେନର  ଏକାଧିକ ବଗିରେ ନିଆଁ ଲାଗି ଯାଇଥିବା ଜଣାଯାଇଛି  । ତେବେ ଟ୍ରେନରେ ନିଆଁ ଲାଗି ଯାଇଥିବା ଦେଖି ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିବା ଜଣାଯାଇଛି । ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ।

 ଟ୍ରେନର ୭ନମ୍ବର ବଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଅନ୍ୟ ବଗିକୁ ନିଆଁ ବ୍ୟାପିବାରେ ଲାଗିଛି । ନିଆଁ ଲାଗିଯିବା ପରେ ଫାଲକନୁମା ଏକ୍ସପ୍ରେସ ସେହିଠାରେ ଅଟକି ରହିଛି । ଅଗ୍ନିକାଣ୍ଡ ପରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହନ ହୋଇ ନ ଥିବା ଜଣାଯାଇଛି ।   ତେବେ ନିଆଁ ଲାଗିଥିବା ସ୍ଥାନ ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ସେଠାରୁ ଆସିବା ପାଇଁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହୋଇଛନ୍ତି ।  ଯାତ୍ରୀମାନେ ଚାଲି ଚାଲି ଆସୁଥିବା ଲକ୍ଷ୍ୟ କରାଯାଇଥିଲା ।

Leave A Reply

Your email address will not be published.