ପୁଣି କୋଇଲା ବୋଝେଇ ଟ୍ରେନରେ ନିଆଁ, ଆୟତ କଲେ ଅଗ୍ନିଶମ ବାହିନୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଲେଶ୍ଵର ଜିଲ୍ଲାରେ ବାହାନଗା ଟ୍ରେନ ଟ୍ରାଜେଡି ପରଠୁ ଛୋଟ ମୋଟ ଟ୍ରେନ ସଂପର୍କି ଘଟଣା ଘଟିବାରେ ଲାଗିଛି। ଏବେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ। ସୋର ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ ୧ନଂ ପ୍ଳାଟଫର୍ମରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଛି। ନିର୍ଗୁଣ୍ଡିରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ୬୦ ବଗି ନେଇ ଯାଉଥିବା କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଗୋଟିଏ ବଗିରୁ ଧୂଆଁ ବାହାରିଥିବା ରେଳ କର୍ମଚାରୀ ଦେଖିବାକୁ ପାଇଥିଲେ। ହଠାତ ଟ୍ରେନ ଅଟକାଇ ସୋର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀର ଏକ ଟିମ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଘଟଣାରେ କୌଣସି କ୍ଷତି ହୋନଥିବା ବେଳେ  ଘଣ୍ଟାଏ ଧରି ଟ୍ରେନ ଅଟକି ରହିଛି।

Leave A Reply

Your email address will not be published.