ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀପାବଳି ପରେ ପରେ ପଡ଼ିଲା ମହଙ୍ଗା ମାଡ଼ । ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର। ଗତ ମାସ ପରି ଚଳିତ ମାସ ବି ବଢ଼ିଛି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ । ୧୯ କିଲୋଗ୍ରାମ ଗ୍ୟାସ୍ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୬୨ ଟଙ୍କା ଲେଖା ବଢ଼ିଛି । ତେବେ ୧୪.୨ କିଲୋର ଘରେଇ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ ଘରେ ରନ୍ଧା ଯାଉଥିବା ଏଲ୍ପିଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇଓସିଏଲ୍ ୱେବ୍ସାଇଟ୍ ମୁତାବକ, ଆଜିଠାରୁ ହିଁ ଏହି ବର୍ତ୍ତିତ ଦର ଲାଗୁ ହୋଇଛି।
ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ହିଁ ଏଲ୍ପିଜି ସିଲିଣ୍ଡର୍ର ଦର ସ୍ଥିର ହୋଇଥାଏ। କମ୍ପାନି ନିଜର ଖର୍ଚ୍ଚ ଓ ମହଙ୍ଗାକୁ ଦୃଷ୍ଟିରେ ରଖି ଏହି ଦର ସ୍ଥିିର କରିଥାନ୍ତି। ଆଜିଠୁ କମର୍ସିଆଲ ଗ୍ୟାସ ଦର ୬୨ ଟଙ୍କା ବୃଦ୍ଧି ହୋଇଛି । ତୈଳ କମ୍ପାନୀଗୁଡିକ ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍ ଉପରେ ଏଲ୍ପିଜି ଦର ବୃଦ୍ଧି କରିଥିବା ବେଳେ ୧୪.୨ କିଲୋର ଘରେଇ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ ଘରେ ରନ୍ଧା ଯାଉଥିବା ଏଲ୍ପିଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ଦର ବଢ଼ିବା ପରେ ଦିଲ୍ଲୀରେ ସିଲିଣ୍ଡର୍ ଦର ୧୭୪୦ରୁ ବଢ଼ିକରି ୧୮୦୨ରେ ପହଞ୍ଚିଛି।
ସେହିପରି କୋଲକାତାରେ ସିଲିଣ୍ଡର୍ର ଦର ୧୮୫୦.୫୦ରୁ ବୃଦ୍ଧି ପାଇ ୧୯୧୧.୫୦ ଟଙ୍କା ହୋଇଛି । ମୁମ୍ବାଇରେ ୧୯ କିଲୋର ସିଲିଣ୍ଡର୍ର ଦର ୧୬୯୨.୫୦ ସ୍ଥାନରେ ୧୭୫୪ ଟଙ୍କା ହୋଇଯାଇଛି । ତେବେ ସାଧାରଣତଃ ଭାବେ ଏଲପିଜି ଦର ସହିତ ସିଏନଜି-ପିଏନଜି ଦାମ ମଧ୍ୟ ବୃଦ୍ଧି ହୋଇଥାଏ । ହେଲେ ଏହି ମାସରେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ହେଲେ ଏୟାର ଟର୍ବାଇନ ଫ୍ୟୁଲ(ଏଟିଏଫ୍) ଦରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଗତ କିଛି ଦିନରେ ଉଡାଜାହାଜରେ ବ୍ୟବହୃତ ହେଉଥିବା ଇନ୍ଧନ ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା ।
Comments are closed.