ଉତ୍ତର କୋରିଆରରେ ଲାଗିଛି ପୁଟିନଙ୍କ ବଡ଼ବଡ଼ ଫଟୋ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ଋଷ ରାଷ୍ଟ୍ରପତି ଭଲ୍ଦିମୀର ପୁଟିନଙ୍କ ଫଟୋ ସରକାରୀ ଭବନରେ  ଲଗାଇଛନ୍ତି  ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍‌। ଉତ୍ତର କୋରିଆ ରାଜ୍ୟ ମିଡିଆ ଦ୍ବାରା ସେୟାର କରାଯାଇଥିବା ଫଟୋରୁ ଜଣାପଡିଛି ଯେ, କିମ୍‌ ଜୋଙ୍ଗ ଏଭଳି ଋଷ ପ୍ରତିରକ୍ଷାମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ଆଗମନ ପୂର୍ବରୁ କରିଛନ୍ତି। ଅଫିସ କାନ୍ଥର ବହୁ ସ୍ଥାନରେ ବ୍ଲାଦିମିର ଓ କିମ୍ ଜୋଙ୍ଗ ଉନ୍‌ଙ୍କ ଫଟୋ ଦୁହିଁଙ୍କ ବନ୍ଧୁତ୍ବ ଓ ନିକଟତାର କାହାଣୀ କହୁଛି।ସରକାରୀ ମିଡିଆ ଦ୍ବାରା ଜାରି ଫଟୋରେ କିମ୍ ଜୋଙ୍ଗ ଉନ୍‌ଙ୍କୁ ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ସହିତ ଦେଖିବାକୁ ମିଳିଛି, ଯିଏକି କୋରିଆ ଯୁଦ୍ଧ ଶେଷର ୭୦ ବର୍ଷ ଅବସରରେ ଗତ ସପ୍ତାହରେ ପ୍ୟୋଙ୍ଗୟାଙ୍ଗ ଗସ୍ତ କରିଥିଲେ।

ଉତ୍ତର କୋରିଆରେ ଏହି ଦିନକୁ ‘ବିଜୟ ଦିବସ’ ଭାବରେ ପାଳନ କରାଯାଏ।ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଜୟ ଦିବସରେ ବ୍ଲାଦିମିର ପୁଟିନ୍ ସର୍ଗେଇ ଶୋଇଗୁଙ୍କ ସହିତ ପ୍ୟୋଙ୍ଗୟାଙ୍ଗ ଆସିନଥିଲେ, କିନ୍ତୁ ସେ କିମ୍‌ଙ୍କୁ ଏକ ଚିଠି ଲେଖିଥିଲେ, ଯାହାକି କୋରିଆର ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି (କେସିଏନ୍‌ଏ) ପ୍ରକାଶିତ କରିଥିଲା। ଏହି ଚିଠିରେ, ଋଷ ରାଷ୍ଟ୍ରପତି ୟୁକ୍ରେନ ଯୁଦ୍ଧ ଉପରେ ମସ୍କୋର ସମର୍ଥନ କରିବା ଉପରେ ଉତ୍ତର କୋରିଆ ସରକାରଙ୍କୁ ପ୍ରଶଂସା କରିଥିଲେ ଓ କହିଥିଲେ ଦୁଇ ଦେଶର ସମ୍ପର୍କ ଓ ଏକଜୁଟତା ପ୍ରମୁଖ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆମର ହିତକୁ ଉଜାଗର କରୁଛି ବୋଲି ଲେଖିଥିଲେ ।

Leave A Reply

Your email address will not be published.