ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗ୍ରାମ ନିକଟରେ ଥିବା ଏକ ଔଷଧ ଦୋକାନରୁ ବିପୁଳ ପରିମାଣରେ କଫସିରପ ଜବତ ହୋଇଛି। ବେଆଇନ ଭାବେ ଔଷଧ ଗଚ୍ଛିତ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ଏହି ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିଲା। କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି।
ଗତକାଲି ରାତିରେ କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡ଼ିସିନ ଫାର୍ମ ଉପରେ ଏହି ଚଢାଇ ହୋଇଥିଲା। ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ। କେତେକ କ୍ଷେତ୍ରରେ ଔଷଧ ଦୋକାନି ମଧ୍ୟ ଅଧିକ ଲାଭ ପାଇଁ ନିଶା କରୁଥିବା ବ୍ୟକ୍ତିଙ୍କୁ ସହାୟତା କରି ଏସବୁ ବେଆଇନ ଭାବେ ଯୋଗାଇ ଦେଉଥିବା ଅଭିଯୋଗ ହେଉଛି।
ଏଭଳି ସୂଚନା ପାଇ କଟକ ସଦର ଥାନା ସୁମାଣ୍ଡି ଗାଁର ଏକ ମେଡିସିନ୍ ଫାର୍ମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ବିପୁଳ କଫ୍ ସିରପ୍ ସହ ଔଷଧ ଜବତ କରାଯାଇଛି। ଅବକାରୀ ବିଭାଗ ୨ଜଣଙ୍କୁ ଗିରଫ କରିଛି ।