ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ପୁରୀ ରେଳ ଷ୍ଟେସନ୍ରେ ଯାତ୍ରୀଙ୍କ ବ୍ୟାଗ୍ରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା । ଲଗେଜ୍ ସ୍କାନିଂ ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ନଗଦ ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା ଜବତ କରିଛି ଆରପିଏଫ । ଆରପିଏଫ ପୁଲିସ୍ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଯାତ୍ରୀଙ୍କ ନାଁ ଉଦୟ କୁମାର ଓ ଘର ବିଶାଖାପାଟଣାର ନରସିପାଟନମ୍ରେ ବୋଲି ଜଣା ପଡ଼ିଛି।

ସୁଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଉଦୟ କୁମାର ପୁରୀରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ଷ୍ଟେସନ୍ରେ ଆରପିଏଫ ପକ୍ଷରୁ ତାଙ୍କ ଲଗେଜ୍ ସ୍କାନ କରାଯାଇଥିଲା। ସେଥିରେ ବିପୁଳ ପରିମାଣର ଟଙ୍କା ଥିବା ଦେଖି ସନ୍ଦେହ ସୃଷ୍ଟି ହେବାରୁ ଆରପିଏଫ ପୁଲିସ୍ ତାଙ୍କୁ ଅଟକ ରଖିଛି।

Leave A Reply

Your email address will not be published.