ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିୟନ୍ ର ସମାବେଶ | ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିୟନ୍ ର ସମାବେଶ ସଂଘର ସଭାପତି ଜଗଦିଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସଂଘର ସାଧାରଣ ସଂପାଦକ ଜ୍ୟୋତି କୃଷ୍ଣ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଶ୍ରମିକ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ବାବଦରେ ଆଲୋକପାତ କରିଥିଲେ |
ବାରିପଦା ଡିଭିଜନର ଚନ୍ଦନ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେବାଶିଷ ବେହେରା, ଦିପ୍ତିକାନ୍ତ ଭୂୟାଁ, ସତ୍ବରଞ୍ଜନ ପାଣିଗ୍ରାହୀ, ଜ୍ୟୋତିଲାଲ ବିଶ୍ବାଳ ପ୍ରମୁଖ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ତାଙ୍କର ମୂଲ୍ୟବାନ ବକ୍ତବ୍ୟରେ ଶ୍ରମିକ, କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ | ୨୦୨୧ ମସିହା ଠାରୁ ଟିପିଏନଓଡିଏଲ- ଟାଟା ପାୱାର ହାତକୁ ଯିବା ଠାରୁ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀ ଓ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି | ଟାଟା ପାୱାର କାର୍ଯ୍ୟଧାରାରେ ଏଜେନ୍ସିମାନଙ୍କ ଦ୍ବାରା ନିଯୁକ୍ତି ପାଇଥିବା ଠିକା କର୍ମଚାରୀମାନେ ଦିନକୁ ୮ ଘଣ୍ଟା ପରିବର୍ତ୍ତେ ୧୨ ରୁ ୧୬ ଘଣ୍ଟା କାର୍ଯ୍ୟ କରିବା ସହିତ ସାପ୍ତାହିକ ଛୁଟି ମଧ୍ୟ ପାଇବାରେ ସକ୍ଷମ ହେଉନାହାନ୍ତି | ଶ୍ରମିକ କର୍ମଚାରୀମାନଙ୍କର ଏଜେନ୍ସି ମାଧ୍ୟମରେ ଛଟେଇ କରିବାର ଧମକ ଦିଆଯାଉଥିବା ବେଳେ ମନଇଛା ବଦଳି କରାଯାଉଛି | ସଠିକ ସମୟରେ ଇପିଏଫ୍ ଓ ଇଏସଆଇ ସଠିକ ଭାବରେ ପୈଠ କରାଯାଉନାହିଁ | ଦରମାର ଅସଂଗତି ବିଳମ୍ବରେ ଦିଆଯାଉଛି |
ଯାହାଦ୍ବାରା ଉପସ୍ଥିତ ବିଦ୍ୟୁତ ଶ୍ରମିକ କର୍ମଚାରୀମାନଙ୍କ ମନରେ ଅଶାନ୍ତି ବାତାବରଣ ସୃଷ୍ଟି ହେବା ସହିତ ଆଗତ ଭବିଷ୍ୟତରେ ତୃଣମୂଳ ସ୍ତରରେ ଏକ ବିରାଟକାୟ ଆନ୍ଦୋଳନ ର ରୂପରେଖ ନେଉଛି ବୋଲି ସଂଘର ସାଧାରଣ ସଂପାଦକ ପ୍ରକାଶ କରିଥିଲେ | ତୁରନ୍ତ ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ଓ ସର୍ବନିମ୍ନ ମଜୁରୀକୁ ବୃଦ୍ଧି କରିବା ପାଇଁ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି | ରାଇରଙ୍ଗପୁର ର ସମସ୍ତ ବିଦ୍ୟୁତ୍ କର୍ମଚାରୀମାନଙ୍କୁ ନେଇ ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିୟନ ମଙ୍ଗ ଧରି ସଂଘକୁ ସୁଦୃଢ କରିବା ସହିତ ଉତ୍ତରତ୍ତୋର ଉନ୍ନତି ପାଇଁ ସଭାପତି ବୈଠକରେ ଆହ୍ବାନ କରିଥିଲେ | ଏହି ଅବସରରେ ସର୍ବସମ୍ମତି କ୍ରମେ ରାଇରଙ୍ଗପୁର ଡିଭିଜନର ସମ୍ପାଦକ ରୂପେ ଦୀପକ କୁମାର ମହାନ୍ତିଙ୍କୁ ଚୟନ କରାଯିବା ସହିତ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା |
ଉକ୍ତ ସମାବେଶରେ ଦିନେଶ କୁମାର ଗୁପ୍ତା, ଉଦୟଭାନୁ ବେହେରା, ଅମୀୟ କୁମାର ସ୍ବାଇଁ, ଲମ୍ବୋଦର ମହାନ୍ତ, ଚନ୍ଦନ ରାଉତ, ବୀର ସିଂ ମାର୍ଣ୍ଡି,ମହେନ୍ଦ୍ର ମହାନ୍ତ, ଗୋପିନାଥ ଗିରି, ଇନ୍ଦ୍ରଜିତ ସାହୁ, ଜୟ ନାରାୟଣ ପରିଡା, ରଞ୍ଜନ ସେଠୀ, ସରୋଜ ମହାନ୍ତ, ଶ୍ୟାମ ସୁନ୍ଦର ପାତ୍ର, ଦିଗବିଜୟ ମହାନ୍ତ, ଜଗମୋହନ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ | ଏହି ସଭାକୁ ଜ୍ୟୋତିଲାଲ ବିଶ୍ବାଳ ପରିଚାଳନା କରିଥିବା ବେଳେ ଚନ୍ଦନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ବୈଠକରେ ରାଇରଙ୍ଗପୁର ଡିଭିଜନ ଅଧିନରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀଗଣ ବହୁସଂଖ୍ୟାରେ ଉପସ୍ଥିତ ଥିଲେ |