ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡା ମହୋତ୍ସବ ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡା ମହୋତ୍ସବ(୨୦୨୪) ଉଦଘାଟିତ ।ମୟୁରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବିଭାଗ ପକ୍ଷରୁ ଆଜି ରାଇରଙ୍ଗପୁର କଚେରୀ ଷ୍ଟାଡିୟମ ପଡିଆ ଠାରେ ଜନଜାତି କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି |

ଉକ୍ତ ଉଦଘାଟନୀ ସମାବେଶରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଶ୍ରୀମାନ ଅଭିଷେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୂରୀ, ରାଇରଙ୍ଗପୁର ଉପଖଣ୍ଡ (ପି ଏଆଇଟିଡିଏ)ଅଧିକାରୀ ଶ୍ରୀଯୁକ୍ତ ପରୀକ୍ଷିତ ଦାସ, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ବିଜେଡି ମହିଳା ନେତ୍ରୀ ତନୁଜା ମହାନ୍ତ,ବିଦ୍ୟୁତ ବିଭାଗର (ଟିପିଏନଡିଏଲ)ଏସ.ଡ଼ି. ଓ ଜେ ସୌଭାଗ୍ୟ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ. ଦେବାଶିଷ ମାର୍ଣ୍ଡି ତଥା ଅନ୍ୟାନ୍ୟ ଅତିଥିବୃନ୍ଦ ଉପସ୍ଥିତଥିଲେ | ସମସ୍ତଙ୍କ ଯୋଗଦାନ ଓ ଉପସ୍ଥିତିରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଫିତାକାଟି ଶୁଭ ଉଦଘାଟନ କରିଥିଲେ | ଅତିଥିଗଣ ପଡିଆ ମଧ୍ୟକୁ ଯାଇ ଫୁଟବଲ ଖେଳାଳୀମାନଙ୍କ ସହିତ କରମର୍ଦନ କରି ସମସ୍ତଙ୍କୁ ସ୍ବାଗତ କରିଥିଲେ |

ଏହାପରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ. ଦେବାଶିଷ ମାର୍ଣ୍ଡି ଫୁଟବଲ କ୍ରୀଡାର ବଲକୁ କୁ ମାରି କ୍ରୀଡା ପ୍ରତିଯୋଗିତା ଆରମ୍ଭ କରିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଅତ୍ୟଧିକ କୌତୁହଳ ଦେଖାଯାଇଥିଲା | ରଙ୍ଗବେରଙ୍ଗ ଫୁଟବଲ ଖେଳାଳୀମାନଙ୍କର ପୋଷାକରେ କଚେରୀ ଷ୍ଟାଡିୟମ ପଡିଆ ମୁଖରିତ ହୋଇଥିଲା | ଉକ୍ତ କ୍ରୀଡା ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରୁ ପ୍ରତିଯୋଗୀ ଅଂଶଗ୍ରହଣ କରୁଅଛନ୍ତି |ଆଜିକାର ପ୍ରଥମ ରାଉଣ୍ଡ କ୍ରୀଡାରେ ରାଇରଙ୍ଗପୁର- ଜାମଦା, ଯଶିପୁର- ବିଶୋଇ, ବାଙ୍ଗିରିପୋଷି- କୁସୁମୀ, ବିଜାତଳା- ଶୁକୃଳି, ସାରସକଣା – ବେତନଟୀ ଓ ରରୁଆଁ -କୁଳିଅଁଣା ହୋଇଥିଲା ବେଳେ ତାପରେ ଦ୍ବିତୀୟ ରାଉଣ୍ଡରେ ଶୁଳିଆପଦା- ଉଦଳା, ଜିବିନଗର -ମୋରଡା, ଖୁଣ୍ଟା- ରାସଗୋବିନ୍ଦପୁର ଓ ଶ୍ୟାମାଖୁଣ୍ଟା- ବଡସାହି ମଧ୍ୟରେ ଖେଳ ହୋଇଥିଲା |

Leave A Reply

Your email address will not be published.