ଦେଉଳିଠାରେ SBIର ନୂତନ ଶାଖା ଉଦଘାଟନ ହୋଇଯାଇଛି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଂଚାୟତ ଅଫିସଠାରେ ଏସବିଆଇର ନୂତନ ଶାଖା ଅନୁଷ୍ଠିତ ହୋଇଯାଇଛି | ଉଦଘାଟନ ସମାରୋହରେ ଆଖ ପାଖର ଗ୍ରାମବାସୀମାନେ ଖାତା ଖୋଲିବା ପାଇଁ ଏକାଠି ହୋଇଥିଲେ |ଶାଖାର ଉଦଘାଟନ କରିବା ପାଇଁ ମୁଖ୍ୟ ମହାପ୍ରବନ୍ଧକ ଦୀନେଶ ପୃଥି ଆସି ପହଂଚିଥିଲେ |ଶ୍ରୀ ପୃଥି ପ୍ରଥମେ ଶାଖାର ରିବନଫିତା କାଟି ଶାଖା ଉଦଘାଟନ କରିଥିଲେ, ପରେ ଦୀପ ପ୍ରଜ୍ବଳନ କରିଥିଲେ |

ଅନ୍ୟ ଅତିଥିଙ୍କ ମଧ୍ୟରେ ମହାପ୍ରବନ୍ଧକ ପୋନାମଭଲମ କେ, ଉପମହାପ୍ରବନ୍ଧକ ପ୍ରଶାନ୍ତ କୁମାର, ସହାୟକ ପ୍ରବନ୍ଧକ ନରେନ୍ଦ୍ର କୁମାର ଜେନା, ଶାଖା ପରିଚାଳକ ଅଭିଷେକ କୁମାର ବେହେରା,୨୪ ନମ୍ବର ଜିଲ୍ଲାପରିଷଦ ସଭ୍ୟା ତନୁଜା ପାଟ୍ଟଶାଣି, ସରପଞ୍ଚ ଅକ୍ଷୟ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହିତ ନଡ଼ିଆ ବାଡେଇ ଶୁଭ ଉଦଘାଟନ କରିଥିଲେ |

ତାପରେ ଶାଖା ଅଧିକାରୀ ଶ୍ରୀ ବେହେରା ଲୋକମାନଙ୍କୁ ଏସବିଆଇର ଅନେକ ଯୋଜନା ବିଷୟରେ ଆଲୋକପାତ କଲେ ଯଥା ଜନ ଧନ ଯୋଜନା, ଗୃହ ଋଣ, ସୁକନ୍ୟା ଯୋଜନା, ସ୍ଵର୍ଣ ଋଣ, ଜିରୋ ଆକାଉଣ୍ଟ, କମ ସୁଧ ହାରରେ ଲୋକଙ୍କୁ ଋଣ, କୃଷି ଋଣ ସହିତ ଅନେକ ସୁବିଧା ବିଷୟରେ ଅବଗତ କରାଇଥିଲେ |ଗ୍ରାମାଞ୍ଚଳରେ ଓଡିଶାର ନମ୍ବର ୧ ବ୍ୟାଙ୍କ ଖୋଲୁଥିବାରୁ ଆଖ ପାଖର ଲୋକେମାନେ ଆସି ପହଂଚିଥିଲେ ଏବଂ ସେମାନଙ୍କର ଖୁସି ବ୍ୟକ୍ତ କରିବା ସହିତ ସମସ୍ତେ ଗୋଟେ ଗୋଟେ ଖାତା ଖୋଲିବେ ବୋଲି ଉତ୍ସାହ ପ୍ରକାଶ କରିଛନ୍ତି |ଅନ୍ତିମ ପର୍ଯ୍ୟାୟରେ ସରପଞ୍ଚ ଅକ୍ଷୟ କୁମାର ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଜଣେଇଥିଲେ

Comments are closed.