ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୋଲିସ କର୍ମଚାରୀ ଶହୀଦ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀନଗରରେ ପୁଣି ଏନକାଉଣ୍ଟର । ଆତଙ୍କବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଶ୍ରୀନଗରର ଲାଲ ବଜାର ଅଞ୍ଚଳରେ ଚେକ ପୋଷ୍ଟରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପୋଲିସ ଟିମ୍ ଉପରେ ଅଚାନକ ଲୁଚି ରହିଥିବା ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା । ହେଲେ ଜଣେ ପୋଲିସ କର୍ମଚାରୀଙ୍କର ଏହି ଗୁଳିବିନିମୟରେ ମୃତ୍ୟୁ ହୋଇଯାଇଛି ସେହିପରି ଅନ୍ୟ ଦୁଇଜଣ କନେଷ୍ଟବଳ ଆହତ ହୋଇଛନ୍ତି । ସନ୍ଧ୍ୟା ୭ ଟା ୧୫ ସମୟରେ ଏହି ଗୁଳିମାଡ଼ ହୋଇଥିବା ସୂଚନା ।

ପ୍ରଥମେ ଏଥିରେ ଆହତ ତିନି ଜଣ ପୋଲିସ କର୍ମୀଙ୍କୁ ମେଡିକାଲି ନିଆଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଚାଲିଛି । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଶହୀଦ ପୋଲିସ କର୍ମଚାରୀ ହେଲେ ଏଏସଆଇ ମୁସ୍ତାକ ଅହମଦ । ତେବେ ଲାଲ ବଜାର ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରିଦେଇଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଥିବା ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି ।

 

Leave A Reply

Your email address will not be published.