ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଚଳନ୍ତା ଟ୍ରେନରେ ଜଣେ ରେଳ କର୍ମଚାରୀଙ୍କୁ କିଛି ଯାତ୍ରୀ ପିଟିପିଟି ହତ୍ୟା କରିଥିବା ଖବର ହଇଚଇ ସୃଷ୍ଟି କରିଛି। ବିହାରର ବରୌନୀରୁ ନୂଆ ଦିଲ୍ଲୀ ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏପରି ନାରକୀୟ କାଣ୍ଡ ଘଟିଛି। ମୃତକ ରେଳ କର୍ମଚାରୀଜଣକ ପ୍ରଶାନ୍ତ କୁମାର ବୋଲି ଚିହ୍ନଟ ହୋଇଛନ୍ତି।

ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ହୋଇଥିବା ବେଳେ ମୃତ ରେଳ କର୍ମଚାରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ମୁତାବକ, ପୀଡ଼ିତା ୧୧ ବର୍ଷୀୟା ନାବାଳିକାଙ୍କ ପରିବାର ବିହାରର ସିୱାନାରୁ ଟ୍ରେନ୍‌ ଚଢ଼ିଥିବା ବେଳେ ସେମାନେ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ରାତି ପ୍ରାୟ ୧୧ଟା ପରେ ପ୍ରଶାନ୍ତ କୁମାର ଟ୍ରେନ୍‌ ବଗିରେ ବୁଲୁଥିବା ବେଳେ ନାବାଳିକାଜଣକ ଏକୁଟିଆ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପଚରାପଚରି କରିବାରୁ ମା’ ଟଏଲେଟ ଯାଉଥିବା ଝିଅ କହିଥିଲା।

ଏହାପରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ପ୍ରଶାନ୍ତ ନିଜ ସହ ନେଇ ଯାଇ ଅସଦାଚରଣ କରିଥିଲେ। ତାଙ୍କ ମା’ ପହଞ୍ଚି ଝିଅକୁ ଖୋଜାଖୋଜି କରୁଥିବା ବେଳେ ନାବାଳିକାଜଣକ ପହଞ୍ଚିଥିଲେ ଓ କାନ୍ଦି କାନ୍ଦି ମା’କୁ ସବୁ କଥା କହିଥିଲେ। ନାବାଳିକାଙ୍କ ବାପା, ଜେଜେବାପା ଏ ବିଷୟରେ ଜାଣିବା ପରେ ଅନ୍ୟ ଯାତ୍ରୀଙ୍କ ଏ ଘଟଣା ବିଷୟରେ କହିଥିଲେ । ଏହାପରେ ସମସ୍ତେ ମିଶି ରେଳ କର୍ମଚାରୀଙ୍କୁ କାନପୁର ପର୍ଯ୍ୟନ୍ତ ମାଡପିଟ୍‌ କରିଥିଲେ । ପରେ ଯାତ୍ରୀମାନେ ଏହି ଘଟଣା ବିଷୟରେ ରେଲୱେ କଣ୍ଟ୍ରୋଲ୍‌ ରୁମକୁ ଖବର ଦେଇଥିଲେ ।

Leave A Reply

Your email address will not be published.