ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରଗଡ଼ ଆଖିଫୁଟା ଗାଁରେ ଅଭାବନୀୟ ଘଟଣା । ବନ୍ଦଘର ଭିତରୁ ଉଦ୍ଧାର ହେଲା ୩ ଜଣଙ୍କର ମୃତଦେହ । ମୃତକମାନେ ହେଲେ ଟଙ୍କଧର ସାହୁ ଓ ତାଙ୍କର ୨ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀ। ସୂଚନା ଅନୁସାରେ ଭେଡେନ୍ ଥାନା ଅନ୍ତର୍ଗତ ଆଖିପୁଟା ଗାଁର ଟଙ୍କଧର ସାହୁଙ୍କ ଘର ବହୁ ସମୟ ବନ୍ଦ ଥିବା ନେଇ ପଡୋଶୀ ଲୋକଙ୍କର ସନ୍ଦେହ ହୋଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଟଙ୍କଧର ଓ ତାଙ୍କର ୨ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀଙ୍କ ମୃତଦେହ ଉଦ୍ଧାର କରିଛି। ତିନି ଜଣଙ୍କର ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ପାରିପାଶ୍ବିକ ସ୍ଥିତିରୁ ଯାହା ଜଣାପଡ଼ୁଛି, ଏହା ହତ୍ୟାକାଣ୍ଡ। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବନ୍ଦଘର ଭିତରୁ ମଙ୍ଗଳବାର ସ୍ବାମୀ ଓ ତାଙ୍କର ଦୁଇ ସ୍ତ୍ରୀଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଠାବ ହୋଇଛି। ବରଗଡ଼ ଜିଲ୍ଲା ଭେଡେନ୍ ଥାନା ଅଧୀନ ଆଖିପୁଟା ଗାଁରେ ଘଟିଥିବା ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକମାନେ ହେଲେ ଟଙ୍କଧର ସାହୁ ଓ ତାଙ୍କର ୨ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀ। ଭେଡେନ୍ ଥାନା ଅନ୍ତର୍ଗତ
କହିରଖେ କି, ବରଗଡ଼ ଜିଲ୍ଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗାଁ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପତ୍ନୀଙ୍କର ଛୁଆପିଲା ନ ହେବାରୁ ଟଙ୍କଧର ଦ୍ୱିତୀୟ ବିବାହ କରିଥିଲେ। ସେମାନେ ସମସ୍ତେ ଏକାଠି ରହୁଥିଲେ। ତାଙ୍କ ପରିବାରରେ କଳିଝଗଡ଼ା ହେବାର କେହି କେବେ ଦେଖି ନାହାନ୍ତି। ଆଜି ସକାଳୁ ଟଙ୍କଧରଙ୍କ ଘର ବନ୍ଦ ରହିଥିଲା। ତାଙ୍କର ପରିବାରର କୌଣସି ସଦସ୍ୟଙ୍କୁ ପଡ଼ୋଶୀମାନେ ବାହାରେ ଦେଖି ନଥିଲେ। ସନ୍ଦେହ ହେବାରୁ ଅପରାହ୍ଣରେ ପାଖପୋଡ଼ଶୀ ଆସି ଘରର କବାଟ ବାଡ଼େଇଥିଲେ। କିନ୍ତୁ କେହି ଖୋଲି ନଥିଲେ। ତେଣୁ ସେମାନଙ୍କର ସନ୍ଦେହ ହୋଇଥିଲା। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସିବା ପରେ ଘରର ପଛଦ୍ୱାର ଦେଇ ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ତେବେ ପୋଲିସ ମୃତଦେହ ଉଦ୍ଦାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।