ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଦ୍ଵିତୀୟ ବିଭ୍ରାଟ, ମହାମହିମଙ୍କ ହେଲିକପ୍ଟରରେ ବସି ଫଟୋ ଉଠାଇଲେ ଫାର୍ମାସିଷ୍ଟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଭାଷଣ ଦେବା ସମୟରେ ଲାଇନ କଟିଯାଇଥିଲା। ଏହା ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ବୋଲି ଚର୍ଚ୍ଚା ହେଉଥିବାବେଳେ ପୁଣି ଏକ ଖବର ସାମ୍ନାକୁ ଆସିଛି। ସୁରକ୍ଷା ବଳୟ ଭେଦି ମହାମହିମଙ୍କ ହେଲିକପ୍ଟରରେ ବସି ଫଟୋ ଉଠାଇଲେ ଫାର୍ମାସିଷ୍ଟ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଛି ।ମୟୁରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪ ଶହ ସିନିୟର ଅଫିସର ,୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।୫ ତାରିଖ ଦିନ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଶିମିଳିପାଳ ପାଦ ଦେଶରେ ଅସ୍ଥାୟୀ ହେଲିପ୍ୟାଡରେ ପହଁଞ୍ଚିଥିଲେ ରାଷ୍ଟ୍ରପତି ।

ସେଠାରୁ ସିଧାସଳଖ ସଡ଼କପଥରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ ।ହେଲିପ୍ୟାଡ୍ ଡ୍ୟୁଟିରେ ଥିବା ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଆସିଥିବା ୩ ଟି ହେଲିକ୍ୟାପ୍ଟରରୁ ଗୋଟିଏ ସହ ସେଲ୍ଫି ନେଇଥିଲେ ।

ଏହାକୁ ନିଜ ଫେସବୁକ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ତେବେ ସୁରକ୍ଷା ବଳୟ ଭେଦି କିପରି ଫାର୍ମାସିଷ୍ଟ ହେଲିକପ୍ଟର ସହ ଫଟୋ ଉଠାଇଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିିଛି ।ଏହି ଘଟଣା ନେଇ ଫାର୍ମାସିଷ୍ଟ ଯଶବନ୍ତ ବେହେରା ପଚାରିବାରୁ ସ୍ମୃତି ଭାବରେ ରଖିବା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ଯବାନମାନଙ୍କୁ ପଚାରି ଫଟୋ ଉଠାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.