‘ଦି କେରଳ ଷ୍ଟୋରୀ’କୁ ନେଇ ବିବାଦ, ତାମିଲନାଡୁରେ ବ୍ୟାନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଦି କେରଳ ଷ୍ଟୋରୀ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବର୍ତ୍ତମାନ ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ୍ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଆଜି ୦୭ ମଇ ରବିବାର ଠାରୁ ସମସ୍ତ ମଲ୍ଟିପ୍ଲେକ୍ସ ପ୍ରେକ୍ଷାଳୟ, ସିନେମା ହଲରେ ନ ଦେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସିନେମା ରିଲିଜ୍ ହୁଏ ତେବେ ସିନେମା ଘରକୁ ଘେରାଯାଇ ବିକ୍ଷୋପ ପ୍ରଦର୍ଶନ କରାଯିବ ବୋଲି ଧମକ ଲଗାତାକ ଧମକ ଦେଉଛି ବିଭିନ୍ନ ରାଜନୈତିକ ଦଳ । ଶନିବାର ଦିନ ‘ଦି କେରଳ ଷ୍ଟୋରୀ’ ରିଲିଜକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନହୋଇଥିଲା ।ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ଚେନ୍ନାଇର ସ୍କାଏୱାଲ୍ ମଲ୍ ନିକଟ ଚେନ୍ନାଇ ଆନ୍ନା ନାଗର ଆର୍ଚରେ ଅଭିନେତା-ଅଭିନେତ୍ରୀ, ନିର୍ଦ୍ଦେଶକ ତଥା ନିର୍ମାତା ଏବଂ ଫିଲ୍ମକୁ ବିରୋଧ କରିଥିଲେ।

ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଉଛି । ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ କଂଗ୍ରେସ ଦଳ ମଧ୍ୟ ଦାବି କରୁଛି । ଏହାର କାହାଣୀ ଆତଙ୍କବାଦୀ ସଂଗଠନରେ ଯୋଗଦେବା ପାଇଁ କେରଳରେ ଧର୍ମର ରୂପାନ୍ତର ଉପରେ ଆଧାରିତ। ତେବେ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ମହିଳାମାନଙ୍କର ମାଇଣ୍ତୱାସ କରାଯାଇଥିଲା । ପରେ 32,000 ବାଳିକା ନିଖୋଜ ଥିଲେ ପରେ ସେମାନେ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସରେ ଯୋଗ ଦେଇଥିଲେ ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି ।

Leave A Reply

Your email address will not be published.