ଖୁସି ଖବର, ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ‘ଆମ ଲିପି’ ସଫ୍ଟଓୟାର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଣିକି କମ୍ପ୍ୟୁଟର ବି ବୁଝି ପାରିବ ଆମର ଓଡିଆ ଭାଷା । ଟାଇପିଙ୍ଗ ଶିଖି ନଥିବା ବ୍ୟକ୍ତି ମଧ୍ୟ ଅତି ସହଜରେ ଓଡିଆରେ ଟାଇପ୍ କରିପାରିବେ । ଏଥିପାଇଁ ଓଡିଶା ସରକାର ଏକ ନୂଆ ସଫ୍ଟଓୟାର ପ୍ରସ୍ତୁତ କରୁଥିବା ବେଳେ ଖୁବଶୀଘ୍ର ଏହାକୁ ଲଞ୍ଚ କରାଯିବ।

ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକୁ ସହଜ କରିବା ପାଇଁ ସରକାର ୟୁନିକୋଡ ଫୋନେଟିକ୍ ସଫ୍ଟଓୟାର ‘ଆମ ଲିପି’ ।ଭୁବନେଶ୍ୱରର ଓଡିଆ ଅଧ୍ୟନ ଏବଂ ଗବେଷଣା ସଂସ୍ଥା ପକ୍ଷରୁ ଏହି ସଫ୍ଟଓୟାର ପ୍ରସ୍ତୁତ କରାଯାଉଛି ।୨୦୧୭ରୁ ଏହାର ପ୍ରସ୍ତୁତି ପାଇଁ ଚେଷ୍ଟା କରାଯାଉଥିବା ବେଳେ ଏବବେ ଏହାର ପ୍ରସ୍ତୁତିପର୍ବ ଶେଷ ହୋଇଛି । କମ୍ପ୍ୟୁଟରରେ ଏହାକୁ ଇନଷ୍ଟାଲ କରିବା ଅତି ସହ ଏବଂ ମାତ୍ର ୧୦ ସେକେଣ୍ଡରେ ଏହା ଇନଷ୍ଟାଲ ହୋଇ ପାରିବ । ଏଥିପାଇଁ ଆଇଟି ମଞ୍ଜୁରୀ ମଧ୍ୟ ଦେଇ ସାରିଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ଏହାର ପରୀକ୍ଷା ଚାଲିଥିବା ବେଳେ ଆଗକୁ ଏହା ନିର୍ଭୁଲ ଭାବରେ ଓଡିଆ ଶବ୍ଦ ଟାଇପ କରିବା ପାଇଁ ସହଜ ସଫ୍ଟଓୟାର ହେବ ବୋଲି ଆଶା ରହିଛି । ଅନ୍ୟ ଓଡିଆ ଫୋନେଟିକରେ ଓଡିଆ ଟାଇପିଙ୍ଗରେ ବିଭିନ୍ନ ସମସ୍ୟା ଦେଖା ଯାଉଥିଲା । ତେଣୁ ଏହି

ସମସ୍ୟାର ସମାଧାନ ରୂପରେ ‘ଆମ ଲିପି’କୁ ବିକଶିତ କରୁଛନ୍ତି ରାଜ୍ୟ ସରକାର । ଓଡିଆ କି-ବୋର୍ଡ କିମ୍ବା ଟାଇପିଙ୍ଗ ବିଷୟରେ ଅଜଣା ଥିବା ବ୍ୟକ୍ତି ମଧ୍ୟ ଏହାକୁ ଅତି ସହଜରେ ବ୍ୟବହାର କରିପାରିବେ । ପିଲାଠୁ ବୁଢା ସମସ୍ତେ ଏହାକୁ ବ୍ୟବହାର କରି ଯୁକ୍ତାକ୍ଷର ସହିତ ବର୍ଣ୍ଣ ଏବଂ ଫଳା ମଧ୍ୟ ଲେଖିପାରିବେ ବୋଲି କୁହାଯାଇଛି । ବର୍ତ୍ତମାନ ସରକାରଙ୍କୁ ଶ୍ରେଷ୍ଠ ଗୁଣବତ୍ତା ଥିବା ୨୦୦୦ ଓଡିଆ ଫଣ୍ଟ ପ୍ରଦାନ କରିବା ଦିଗରେ କାମ ଚାଲୁଥିବା କହିଛନ୍ତି ଓଡିଆ ଅଧ୍ୟନ ଏବଂ ଗବେଷଣା ସଂସ୍ଥାର ସଦସ୍ୟ ଡ. ସୁବ୍ରତ କୁମାର ପୃଷ୍ଟି ।

Leave A Reply

Your email address will not be published.