ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ହେମକାନ୍ତ ସାୟଙ୍କ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣୀ ଶିବିର ଅନୁଷଠିତ ହୋଇଯାଇଅଛି।
ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ କରଞ୍ଜିଆ ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାସ ଦାସ୍ ,କରଞ୍ଜିଆ ସମନ୍ୱିତ ଆଦିବାସୀ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ,ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,କରଞ୍ଜିଆ ଉପଖଣ୍ଡ ଚିିତ୍ସାଳୟ ପକ୍ଷରୁ ଖିରେନ୍ଦ୍ର ନାଥ ପତି, କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ ୫ ଟି ବ୍ଲକ ବିଡ଼ିଓ, ତହସିଲଦାର, ପୋଲିସ୍ ତଥା ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଶିବିରରେ ମୋଟ ୭୯ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା।ସେଗୁଡିକ ମଧ୍ୟରୁ ୫୭ଟି ବ୍ୟକ୍ତିଗତ ସମସ୍ୟା ଏବଂ ୨୨ଟି ଗ୍ରାମ ସମସ୍ୟା ଅଭିଯୋଗ ରହିଥିବା ଜଣାପଡିଛି।ତେବେ ଉକ୍ତ ଶିବିରରେ ଆସିଥିବା ସମସ୍ତ ଅଭିଯୋଗ ଗୁଡ଼ିକୁ ଶୁଣିବା ପରେ ଅଭିଯୋଗ ଗୁଡ଼ିକର ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶିବିରକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।