ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଗେଙ୍ଗୁଟିଆ ଛକ ରେ ଟ୍ରାକ୍ଟର ଓଲଟି ଜଣେ ମୃତ। ସୂଚନା ଅନୁସାରେ ସକାଳ ସମୟରେ ଗେଙ୍ଗୁଟିଆ ଛକ ନିକଟରେ ଥିବା ଦେଉଳା ଅଞ୍ଚଳ ର ଜନୈକ ବ୍ଯକ୍ତି ଙ୍କ ଯାଗା ରେ ବେଆଇନ ଭାବେ ମାଟି ଭର୍ତ୍ତି ହେଉଥିଲା।
ଡ୍ରାଇଭର ଗାଡ଼ିରେ ମାଟି ଆଣି ଢାଳୁଥିବା ସମୟରେ ଗାଡ଼ିର ପଛଚକ ଦବି ଯାଇଥିଲା ଏବଂ ଷ୍ଟାଟ ବନ୍ଦ ହୋଇଯାଇଥିଲା। ତେବେ ଗାଡ଼ିଟି ଚାବି ରେ ଷ୍ଟାଟ ନହେବାରୁ ଚାଳକ ସେଲଫ ଷ୍ଟାଟ କରିବାକୁ ଚେଷ୍ଟା କରୁଥିବା ସମୟରେ ଗିଅର ରେ ଗାଡ଼ି ଷ୍ଟାଟ ହୋଇ ଆଗକୁ ପଳାଇ ଯାଇଥିଲା ।
ଫଳରେ ଗାଡ଼ି ଆଗରେ ଛିଡା ହୋଇ କାମକରୁଥିବା ଡ୍ରାଇଭର ଉପରେ ଚଢ଼ି ଯିବା ଯୋଗୁଁ ଘଟଣାସ୍ଥଳରେ ଡ୍ରାଇଭର ର ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ପହଞ୍ଚି ଶବକୁ ଜବତ କରି ମେଡିକାଲ ପଠାଇଥିବା ବେଳେ, ମୃତକ ଜଣକ ହେଲ ମୁରୁଡ଼ା ଅଞ୍ଚଳର ସୁଭାଷ ମୁଣ୍ଡା ।