ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ବାତୋ ପଞ୍ଚାୟତ ଅତା ଗଙ୍ଗାଧର ସ୍କୃତି ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅର୍ଜୁନ ଚରଣ ପାଗଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ତମ୍ପୋ ଠାରେ ଅନୁଷ୍ଠିତ | ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରହି ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଦେଇ ବାଜା ବାଣ ଫୁଟାଇ ଗ୍ରାମ ପରିକ୍ରମା କରି ତାଙ୍କ ବାସ ଭବନକୁ ନେଇଥିଲେ |
ପରେ ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ,ମୁଖ୍ୟବକ୍ତା ଶରତ ଚନ୍ଦ୍ର ରାଉତ ପ୍ରାକ୍ତନ ବ୍ଳକ ଶିକ୍ଷା ଅଧିକାରୀ ଆନନ୍ଦପୁର, ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ନଳିନୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ସାହୁ, ଜିଲ୍ଲା ଓଷ୍ଟା ଉପସଭାପତି ରଞ୍ଜନ କୁମାର ସାହୁ,ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁ ଯୋଗ ଦେଇଥିଲେ |
ସାହାରପଡା ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ, ଅତା ପ୍ରାକ୍ତନ ଶିକ୍ଷକ ମାର୍କଣ୍ଡ ଚନ୍ଦ୍ର ପଣ୍ଡା, ଭିମସେନ୍ ନାଥ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦ୍ୟୁମ୍ନ ବାରିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କୁମାର ପାଗଳ, ବରିଷ୍ଠ ଶିକ୍ଷାବିତ୍ କ୍ଷିରୋଦ ପାଲ,ବାତୋ ପଞ୍ଚାୟତ ସମିତି ସଭ୍ୟ ତରଣୀସେନ୍ ବରାଳ,ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ନାଥ, ସାଇଁକୂଳ ପୁର୍ବତନ ସରପଞ୍ଚ ବିଭାଷ ନାଏକ ଓ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଉପଡ଼ୋକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିରେ ପୁରାତନ ଛାତ୍ର ଓ ଗ୍ରାମବାସୀ ଉପସ୍ଥିତ ଥିଲେ।