ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ନାନ ମଣ୍ଡପରରେ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କଲେ ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଅଭିଯୋଗ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର | ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ର ସହ ଦେଶ ବିଦେଶରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ମହା ସମାରୋହରେ ପାଳିତ ହେଉଛି ।
ବାରିପଦା ଦ୍ବିତୀୟ ଶ୍ରୀକ୍ଷେତ୍ରରେ ମଧ୍ୟ ଚତୁର୍ଦ୍ଧା ମୁରତୀ ଆଜି ସ୍ନାନ ମଣ୍ଡପରେ ବିଜେ କରିଛନ୍ତି । ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରଳ ଜନସମାଗମ ହୋଇଛି । ଏହି ପରିପ୍ରେକ୍ଷୀରେ ମୋରଡା ବିଧାୟକ ତଥା ଓ ନଗର ଉନ୍ନୟନ ଏବଂ ସାଧାରଣ ଅଭିଯୋଗ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର |
ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର କୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଜ୍ୟ ବାସୀଙ୍କ ଦୁଃଖ ଦୁର ହେବା ସହ ଜୀବ ଜଗତର ଶୁଖ,ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।