କରଞ୍ଜିଆ ଗୋଶାଳା ଗୋଧାମ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତରେ ତୃତୀୟଥର ପାଇଁ କେନ୍ଦ୍ର ସରକାର ଗଠିତ ହୋଇଛି । ଏହି ଉଦ୍ଦେଶ୍ୟର ସାରା ଭାରତ ବର୍ଷରେ ବିଜେପି ଏବଂ ତାର ସହଯୋଗୀମାନେ ମା’ପାଇଁ ଗଛଟିଏ ଆହ୍ଵାନ ରୂପେ ଗ୍ରହଣ କରି ଗାଁଠାରୁ ଆରମ୍ଭ କରି ସହର ପର୍ଯନ୍ତ ସବୁଠି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି |

ଏହି ପରିପେକ୍ଷୀରେ ଆଜି ପ୍ରାୟ ୧୧ ଘଟିକା ସମୟ ରେ ଗୋଶାଳା ଗୋଧାମ ଠାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ୫୦୦ ରୁ ଅଧିକ ଗଛ ଲଗାଇବାର ଅୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯଶିପୁର ବିଧାୟକ ତଥା ଜଙ୍ଗଲ ଓ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , କେନ୍ଦୁଝର ସାଂସଦ ଅନନ୍ତ ନାୟକ, ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ , କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ ପରିଜା ପଶ୍ଚିମ ମୟୁରଭଞ୍ଜ ବିଜେପି ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ,ଙ୍କ ସମେତ ୱାର୍ଡ କାଉଁସିଲର ବୃନ୍ଦ ଉପସ୍ଥିତ ଥିଲେ |

ସେହିପରି ପ୍ରଶାସନ ପକ୍ଷରୁ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର, ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ କରଞ୍ଜିଆ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶବନୀୟ ଶିକ୍ଷା ଆଶ୍ରମର ଛାତ୍ରୀ ମାନେ ଉପସ୍ଥିତ ଥିଲେ |ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଗୋ ଶାଳା ଗୋଧାମର ଲୁନା ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କାରିଥିଲେ |

Comments are closed.