ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିଲେ ଓ ଅଧିକାରୀଙ୍କୁ ତାଗିଦ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିଲେ ଓ ଅଧିକାରୀଙ୍କୁ ତାଗିଦ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଗସ୍ତରେ ଆସି ରୋଗୀ ମାନଙ୍କ ସହ ସିଧାସଳଖ କଥା ହେବା ସେମାନଙ୍କ ସମସ୍ୟା ବିଷୟରେ ପାରିବୁଝିଛନ୍ତି ।

ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ମାନ୍ୟବର ମନ୍ତ୍ରୀ ରୋଗୀ ସେବା ତଥା ସେମାନଙ୍କ ଔଷଧ, ଚିକିତ୍ସା, କର୍ମଚାରୀଙ୍କ ଉତ୍ତମ ବ୍ୟବହାର ଓ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ଓ କିଛି ଅଧିକାରୀଙ୍କୁ ତାଗିଦ ମଧ୍ୟ କରିଥିଲେ ।

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଓ ନର୍ସ ଅଭାବ ଥିବା କଥା ଜନସାଧାରଣ ତଥା ଉପଖଣ୍ଡ ଚିକିତ୍ସାଳୟର ସିଡିଏମଓ ଉପସ୍ଥାପନ କରିଥିବା କହିଛନ୍ତି । ବହୁତ ଶୀଘ୍ର ପଦ୍ମପୁରକୁ ଏକ ମହାପ୍ରାୟଣ ଗାଡି ଯୋଗାଇ ଦେବା ପାଇଁ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.