ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରୁପା ବେଶ ରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ | ପବିତ୍ର ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀରେ ଭକ୍ତଙ୍କୁ ରୁପାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି | ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଥିବା ବେଳେ ରଣପୁରରେ ରୁପାବେଶ ଅନୁଷ୍ଠିତ ହେଉଅଛି | 3ଠାକୁର ଙ୍କୁ ରୁପା ବେଶ ରେ ସଜିତ କରାଯାଇଛି |
କିରଟି, ଗଦା, ଶଙ୍ଖ, ହସ୍ତ, ପାଦ ଓ ବିଭିନ୍ନଅଳଙ୍କାର ରେ ଚତୁର୍ଦ୍ଧା ମୂର୍ତ୍ତି ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ | ଭକ୍ତ ମାନେ ମଧ୍ୟ ମହାପ୍ରଭୁ ଙ୍କୁ ପାଖରେ ପାଇ ଆନନ୍ଦ ଉଲ୍ଲାସରେ ପୂଜାର୍ଚନା କରି ଘିଅଦୀପ ବଡଦାଣ୍ଡରେ ଜାଳୁଥିଲେ | ଯେଉଁ ଭକ୍ତମାନେ ପୁରୀ ଯାଇପାରନ୍ତି ନାହିଁ ସେମାନେ ରଣପୁର ଆସି ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ରୁପାବେଶ ଦର୍ଶନ କଲେ ସମାନ ଫଳ ମିଳିବା ସହ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକକଥା ଅଛି |
ଏହି ଅବସରରେ ଆଜି ମହାପ୍ରଭୁଙ୍କ ଅପୂର୍ବ ଦେବ ଦୁର୍ଲ୍ଲଭ ବେଶ ଦର୍ଶନ କରିବା ଲାଗି ରଣପୁର ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତ ସମାବେଶ ହୋଇଛନ୍ତି | ଶୃଙ୍ଖଳା ରେ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ | ରଣପୁର ବଡ଼ ଦାଣ୍ଡ ରେ ରଣପୁର ଟାଉନ କ୍ଳବ ପକ୍ଷରୁ ଭଜନ ସମାରୋହ କରାଯାଇ ଥିଲା | ଜଗନ୍ନାଥ ଙ୍କ ଭଜନ ଶୁଣି ଶ୍ରାଦ୍ଧଳୁ ମାନେ ଝୁମିଥିଲେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା |