ଛାତ୍ରଛାତ୍ରୀଙ୍କ ଚକ୍ଷୁ ସମସ୍ୟା ଦୂର ପାଇଁ ସରକାରଙ୍କ ‘ସୁନେତ୍ର’ ଯୋଜନାରେ ଚଷମା ବଣ୍ଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଛାତ୍ରଛାତ୍ରୀଙ୍କ ଚକ୍ଷୁ ସମସ୍ୟା ଦୂର ପାଇଁ ସରକାରଙ୍କ ‘ସୁନେତ୍ର’ ଯୋଜନାରେ ଚଷମା ବଣ୍ଟନ । ରାଜ୍ୟସରକାରଙ୍କ ‘ସୁନେତ୍ର’ ଯୋଜନା ଅନ୍ତର୍ଗତ ବାରିପଦା ବ୍ଲକ ଓ ପୌରପରିଷଦର ସ୍କୁଲ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଇ ୩୦୦ ଜଣଙ୍କୁ ମାଗଣାରେ ଆଜି ଚଷମା ବଣ୍ଟନ କରାଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସହଭାଗୀତାରେ ଏହି କାର୍ଯ୍ୟକ୍ରମ କରାଯାଇଛି ।

ବାରିପଦା ପ୍ରୟାସ ହଲ ଠାରେ ଆଜି ଏହି କାର୍ଯ୍ୟକ୍ରମ କରାଯାଇଥିଲା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସରକାରୀ କର୍ମଚାରୀ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପୁର୍ବରୁ ବାରିପଦା ବ୍ଲକ ଓ ବାରିପଦା ମ୍ୟୁନିସପାଲଟିର ୧ମ ରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ୧୬ହଜାର ୫୦୧ଜଣଙ୍କ ଚକ୍ଷୁ ପରିକ୍ଷା କରାଯାଇ ୧୦୦୭ ଜଣଙ୍କ ଦୃଶ୍ଟି ସମାସ୍ୟା ପାଇଥିଲେ । ଏଥିମଧ୍ୟରୁ ଥିବା ୩ଶହ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ଆଜି ଚଷମା ବଣ୍ଟନ କରାଯାଇଥିଲା ବେଳେ ୪୦ଜଣଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ନିକଟକୁ ପଠାଯାଇଛି ।

ତେବେ ଟିଭି ଓ ମୋବାଇଲ ଅଧିକ ସମୟ ଦେଖିବା ଦ୍ବାରା ପିଲାମାନଙ୍କ ନିକଟରେ ଦୃଷ୍ଟିଶକ୍ତି କମିଥାଏ | ତେଣୁ ଏଗୁଡିକ ବ୍ୟବହାର ରୁ ଦୁରେଇ ରହିବା ଏବଂ ପଢାପଢି ସମୟରେ ମିଳିଥିବା ଚଷମାକୁ ନିୟମିତ ବ୍ୟବହାର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି ଅତିଥିଗଣ । ଆଗକୁ ଏହି ସୁନେତ୍ର ଯୋଜନାରେ ଜିଲ୍ଲାର ଅନ୍ୟାନ୍ୟ ସ୍କୁଲମାନଙ୍କରେ ଚକ୍ଷୁ ପରୀକ୍ଷା କରାଯିବା ସହ ଚଷମା ବଣ୍ଟନ କରାଯିବ ବୋଲି କୁହାଯାଇଛି । ଚଷମା ମିଳିବା ପରେ ପାଠପଢାରେ ସହାୟକ ହେବ ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.