ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଚାଉଳ ବୋଝେଇ ଟ୍ରକ

0

ପଦ୍ମପୁର(ଓଡ଼ିଆ ନ୍ୟୁଜ୍‌): ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଚାଉଳ ବୋଝେଇ ଟ୍ରକ ।ଏଥିରେ ଥିବା କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ପୋଡ଼ି ପାଉଁସ ହୋଇଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପାଇକମାଳ ବିଜଡିହ ନିକଟରେ । ସୂଚନାନୁସାରେ, ସୋମବାର ଏକ ଚାଉଳ ବୋଝେଇ ଟ୍ରକ ପାଇକମାଲରୁ ପଦ୍ମପୁର ଅଭିମୁଖେ ଯାଉଥିବା ବେଳେ ପାଇକମାଲ ଥାନା ବିଜଡ଼ିହି ଛକ ନିକଟରେ ଏଥିରେ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରକଟି ହୁତୁହୁତୁ ହୋଇଳୁଥିଲା। ଖବର ପାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ, ଚାଉଳ ବୋଝେଇ ଟ୍ରକରେ ପି.ଡି.ଏସ୍ ଚାଉଳ ଥିଲା ନା ଅନ୍ୟ କେଉଁ ଚାଉଳ ଥିଲା ଚାହା ଜଣାପଡି ନାହିଁ ।

Leave A Reply

Your email address will not be published.