ଚୁନାଘାଟିରେ ଟ୍ରକ୍ ଓଲଟିଲା ଜଣେ ମୃତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚୁନାଘାଟିରେ ପୁଣି ଓଲଟିଲା ଟ୍ରକ୍। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଓଲଟିପଡ଼ିଛି । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ ୧୧ଟାରେ ଦୁର୍ଘଟଣାଟି ଘଟିଥିବା ବେଳେ ପ୍ରାୟ ୮ ଘଣ୍ଟାର ପରିଶ୍ରମ ପରେ ଆଜି ସକାଳେ ମୃତ ଡ୍ରଇଭରର ମର ଶରୀରକୁ ବାହାର କରିଛି ଅଗ୍ନିଶମ ବାହିନୀ। ଶବବ୍ୟବଚ୍ଛେଦ ଲାଗି ମୃତଦେହକୁ କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଠାରୁ ରାଜାମୁଣ୍ଡା ଜାତୀୟ ରାଜପଥ ୫୨୦ ନିର୍ମାଣ ହେବାପରେ ତୋଡା – ଜାମୁଡିହି ମଧ୍ୟରେ ଥିବା ଚୁନା ଘାଟି ଏବେ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ତ୍ରୁଟିପୂର୍ଣ୍ଣ ଘାଟି ରାସ୍ତା ନିର୍ମାଣ ହେବା ପର ଠାରୁ ଏଠାରେ ଦୈନନ୍ଦିନ ତିନିରୁ ଅଧିକ ମାଲବାହୀ ଟ୍ରକ୍ ଓ ଟିପର୍ ବ୍ରେକ୍ ଫେଲ୍ ହୋଇ ଭୀଷଣ ଦୁର୍ଘଟଣାର ଶିକାର ହେଉଛନ୍ତି । ଏମିତିକି ଗୋଟିଏ ବର୍ଷ ମଧ୍ୟରେ ୩୦ରୁ ଅଧିକ ଚାଳକ ଓ ହେଲ୍ପର ମୁତ୍ୟୁବରଣ କଲେଣି ଓ ବହୁତ ଗୁରୁତର ଭାବେ ଚିକିତ୍ସା ହୋଇ  ସାରା ଜୀବନ ପଙ୍ଗୁ ହୋଇ ପଡୁଛନ୍ତି। ଗତ ମଙ୍ଗଳବାର ରାତିରେ ମଧ୍ୟ କୋଇଡ଼ାର ଚୁନାଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.