ପୁଞ୍ଚରେ ଚାଲିଛି ସେନାର ଜୋରଦାର ସର୍ଚ୍ଚ ଅପରେସନ, ବଞ୍ଚିପାରିବେନି ଆତଙ୍କୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଞ୍ଚରେ ଚାଲିଛି ସେନାର ଜୋରଦାର ସର୍ଚ୍ଚ ଅପରେସନ । ଯବାନଙ୍କ ଗାଡି ଉପରେ ଆତଙ୍କବାଦୀ ହାମଲା କରିବା ପରେ ଜାମ୍ମୁକାଶ୍ମୀରରେ ବଡ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଯେଉଁମାନେ ଆକ୍ରମଣରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ କଳେବଳେ କୌଶଳେ ଧରିବାକୁ, ଖୋଜି ବାହାର କରିବା ସହ, ଶେଷ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ସେନା । ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲରେ ଲୁଚିଥିବା ସୂଚନା ପାଇ, ହେଲିକପ୍ଟର ଓ ଡ୍ରୋନ ସହାୟତାରେ ସେମାନଙ୍କୁ ଖୋଜା ଚାଲିଛି । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସନ୍ଧାନୀ କୁକୁରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ଆତଙ୍କବାଦୀ ଯେଉଁଠି ଲୁଚିଲେ ବି ସେମାନଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି । ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଯବାନ ସହିଦ ହୋଇଛନ୍ତି । ଆଉ ଆକ୍ରମଣ ପରେ ସମ୍ପୃକ୍ତ ଥିବା ୭ ଅତାଙ୍କବାଦୀ ଅଲଗା ଅଲଗା ସ୍ଥାନରେ ଲୁଚି ଥିବା କୁହାଯାଉଛି । ତେବେ ସୁରକ୍ଷାଗତ ଦୃଷ୍ଟିକୋଣରୁ ଏନଆଇଏ, ଏସଓଜି, ଫୋରେନ୍ସିକ ଟିମ ଓ ବମ୍ ସ୍କ୍ୱାର୍ଡ ସାମିଲ ହୋଇଛନ୍ତି । ପୂରା ପୁଞ୍ଚସେକ୍ଟରକୁ ଘେରାବନ୍ଧୀ କରିବା ସହ ତନ୍ନ ତନ୍ନ କରି ଚାଲିଛି ସର୍ଚ୍ଚ ଅପରେସନ । ଯେଉଁ ସ୍ଥାନରେ ଆତଙ୍କୀମାନେ ସେନା ଗାଡିକୁ ଟାର୍ଗେଟ କରି ଗ୍ରେନେଡ୍ ଓ ଗୁଳିମାଡ କରିଥିଲେ ସେହି ସ୍ଥାନରେ ଶୁକ୍ରବାରଠୁ ସେନାର ବରିଷ୍ଠ ଅଧିକାରୀ ଓ ତଦନ୍ତକାରୀ ସଂସ୍ଥା ଏନଆଇଏ ପହଞ୍ଚି ସାରିଛି ।

କହିରଖେ କି, ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ଭାରତୀୟ ସେନାର ରେକର୍ଡ ରହିଛି । ୨୦୨୨ରେ ୩୧ ଯବାନ ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ବଳିଦାନ ଦେଇଥିଲେ । ଏହାର ଜବାବରେ ଘାଟିରେ ସୁରକ୍ଷାବଳ ହାତରେ ୧୭୨ ଆତଙ୍କୀଙ୍କ ଜୀବନ ଯାଇଥିଲା । ସେହିଭଳି ୨୦୨୧ରେ ୪୩ ଯବାନ ସହିଦ ହୋଇଥିଲେ । ୨୦୨୧ରେ ୧୮୨ଜଣଙ୍କୁ ମାରିଥିଲା ସେନା । ୨୦୨୦ରେ ୬୨ ଯବାନ ସହିଦ ହୋଇଥିଲେ ।  ବଦଳରେ ୨୨୧ ଆତଙ୍କବାଦୀଙ୍କୁ ଭରତୀୟ ଯବାନ ନିପାତ କରିଥିଲେ ।

Leave A Reply

Your email address will not be published.