ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରକୀୟା ପ୍ରୀତି ଧରା ପଡ଼ିଯିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ ।ଆଉ ଶେଷରେ ସ୍ୱାମୀର ମୃତ ଦେହକୁ ପୋତିଲା ନିଜ ଘରେ | ତେବେ ଚୋରା ପିରତି ଧରାପଡ଼ିବା ପରେ ନିଷ୍ଠୁର ପାଲଟିଗଲା ସ୍ତ୍ରୀ । ନିଜ ହାତରେ ନିଜ ସିନ୍ଦୂରକୁ ପୋଛିବାକୁ ପଛାଇଲା ନାହିଁ । ପ୍ରେମିକ ସହ ମିଶି ସ୍ବାମୀର ଜୀବନ ନେଲା ସ୍ତ୍ରୀ । ହତ୍ୟା ପରେ ସ୍ବାମୀର ମୃତଦେହକୁ ଘରେ ପୋତି ଦେଇଥିଲା । 20 ଦିନ ପରେ ଘର ଭିତରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଛି ପୋଲିସ । ଏଭଳି ଅଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାରେ କିନ୍ତୁ ଚାଞ୍ଚଲ୍ୟ ସୃଷ୍ଟି କରିଛି ପୁରା ଓଡିଶାରେ |
ତେବେ ସୂଚନା ମୁତାବକ, କୋମଣ୍ଡ ଗାଁର ପ୍ରକାଶ ନାୟକ ପ୍ରାୟ ୨୦ ଦିନ ହେଲା ନିଖୋଜ ଥିଲେ । ଏନେଇ ପ୍ରକାଶଙ୍କ ବାପାଙ୍କ ସନ୍ଦେହ ହେବାରୁ ଓଡଗାଁ ଥାନାରେ ଅଭିଯୋଗ କରିଥିଲେ l ସେଠାରେ ଆଧାର କାର୍ଡ ଦରକାର ହେବାରୁ ଗୋକୁଳ ନାୟକ ପୁଅର ଶ୍ବଶୁର ଘରକୁ ଯାଇଥିଲେ । ପ୍ରକାଶଙ୍କ ସ୍ତ୍ରୀଙ୍କଠାରୁ ଆଧାର କାର୍ଡ ଆଣିବା ବେଳେ ଘରର ମାଟି ଚଟାଣ ଉଚ୍ଚା ଥିବା ଦେଖିଥିଲେ l ଏଇଠୁ ହିଁ ତାଙ୍କର ଆରମ୍ଭ ହୋଇଥିଲା ସନ୍ଦେହ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଛାନଭିନ ଆରମ୍ଭ କରିଥିଲା ପୋଲିସ ।
ଅଭିଯୋଗ ପରେ ପୋଲିସ ଛାନଭିନ୍ କରିବା ସହ ଓଡ଼ଗାଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିଛି। ଗାଁରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି l ସାଇଣ୍ଟିଫିକ ଟିମ୍ ବି ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଚଳାଇଛି। ତେବେ କାହିଁକି ଏଭଳି ଘଟଣା ଘଟିଲା, ସେନେଇ ସ୍ପଷ୍ଟ ସୂଚନା ମିଳି ନ ଥିଲେ ବି ପରକୀୟା ପ୍ରୀତି ଧରାପଡ଼ିଯିବାରୁ ସ୍ତ୍ରୀ ଏ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ପୋଲିସ ସଂପୃକ୍ତ ପତ୍ନୀ ଓ ତା’ର ପ୍ରେମିକ ଓ ଶାଶୁକୁ ଅଟକ ରଖି ତଦନ୍ତ ଚଳାଇଛି।