ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରେମିକ କୁ ଖୋଜି ଖୋଜି ବାଂଲାଦେଶ ରୁ ଓଡ଼ିଶା ପହଞ୍ଚିଲେ ବାଂଲାଦେଶୀ ଯୁବତୀ ରୁମା ମାରୀୟମ | ରୁମା ଙ୍କ ଘର ବାଂଲାଦେଶ ର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳରେ | ପ୍ରେମିକ କୁ ଖୋଜି ଖୋଜି ଭିସା ନେଇ ବାଂଲାଦେଶ ରୁ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଧୀନ ବୁଦ୍ଧକୁସୁମୀ ଗ୍ରାମରେ ଗତକାଲି ପହଞ୍ଚିଥିଲେ |
6ବର୍ଷ ପୂର୍ବେ ବାଂଲାଦେଶୀ ଯୁବତୀ ରୁମା ମାରୀୟମ ଙ୍କ ସହ ବୁଦ୍ଧକୁସୁମୀ ଗ୍ରାମର ବିରେନ୍ଦ୍ର ପ୍ରତାପ ଭଞ୍ଜ ଙ୍କ ସହ ସୋସିଆଲ ମିଡ଼ିଆ ରୁ ଭଲ ପାଇବା ଆରମ୍ଭ ହୋଇଥଲା । ପରବର୍ତୀ ସମୟରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମା କୁ ଦେଖାକରିବା ସହ ତାଙ୍କ ସହ ସମ୍ପର୍କ ବଢାଇ ଥିଲେ | ଦୀର୍ଘ 6 ବର୍ଷ ସମ୍ପର୍କ ପରେ ରୁମା ବିରେନ୍ଦ୍ର ଙ୍କୁ ବାଂଲାଦେଶ କକ୍ସ ବଜାର ରେ ମୁସଲିମ ରୀତିନୀତି ଅନୁସାରେ ମୌଲାନା ଉପସ୍ଥିତି ରେ ଉଭୟ ବିବାହ କରିଥିବା ଦାବୀ କରିଛନ୍ତି । କେବଳ ବିରେନ୍ଦ୍ର ହିଁ ରୂମା ଙ୍କ ସ୍ବାମୀ ବୋଲି ରୁମା ଦାବି କରନ୍ତି ।ଦୀର୍ଘ ଦିନର ଉଭୟ ବୈବାହିକ ଓ ଶାରୀରିକ ସଂପର୍କ ରଖିବା ପରେ କିଛି ଦିନ ପରେ ହେବ ବିରେନ୍ଦ୍ର ରୁମା ଙ୍କୁ ହତାଦର କରୁଥିବା ବେଳେ ତାଙ୍କ ସହ ଭଲରେ ସମ୍ପର୍କ ରଖୁ ନଥିବା ସହ ତାଙ୍କ ଠାରୁ ଦୂରେଇ ରହୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିରେନ୍ଦ୍ର ଗତ ଜୁନ୍ ମାସ 26 ତାରିଖ ରେ ଅନ୍ୟତ୍ର ବାହା ହୋଇ ପଡିଛନ୍ତି ।
କିନ୍ତୁ ବାଂଲାଦେଶୀ ଯୁବତୀ ଜଣକ ବିରେନ୍ଦ୍ର ଙ୍କ ସହ ପୁନଃ ରହିବା ପାଇଁ ଜିଦ୍ ଧରିଛନ୍ତି । ପ୍ରମାଣ ସ୍ବରୂପ ବାଂଲାଦେଶ ରେ ରୁମା ଓ ବିରେନ୍ଦ୍ର ଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ରୁମା ଙ୍କ ପାଖରେ ରହିଛି ସେ ନ୍ୟାୟ ପାଇଁ ବାଲେଶ୍ଵର ଆସିଥିବା ବେଳେ ଆସନ୍ତାକାଲି ବାଲେଶ୍ଵର ଏସ ପି ଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବେ ବୋଲି କହିଛନ୍ତି । ଅନ୍ୟପଟରେ ଗତକାଲି ରୁମା ନିଜର ସ୍ବାମୀ ବୋଲି ଦାବି କରୁଥିବା ବିରେନ୍ଦ୍ର ପ୍ରତାପ ଭଞ୍ଜ ଙ୍କ ଘରକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଘରୁ ତଡ଼ି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଏନେଇ ବିରେନ୍ଦ୍ର ଙ୍କ ବାପା ଏବଂ ଗ୍ରାମବାସୀ ମାନେ ଏହିସବୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ଯା ବୋଲି କହିଛନ୍ତି