ଅଭୟଙ୍କୁ ନୂଆ ଦାୟିତ୍ୱ!

0

ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ। ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ଆଜି ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ ନିୟମ ଅନୁସାରେ ଅଭୟ ଦାୟିତ୍ବ ନେବା ତାରିଖଠାରୁ ଏହି ପଦବିରେ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେହିପରି ଦରମା ଓ ଅନ୍ୟାନ୍ୟ ସୁବିଧା ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନ ନିୟମ ଅନୁସାରେ ବ୍ୟବସ୍ଥା କରାଯିବ।ତେବେ କିଛି ଦିନ ତଳେ ଡିଜିପି ପଦରୁ ଅବସର ନେଇଥିଲେ ଅଭୟ।ଡ୍ରଗ୍ସ କାରବାର ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାର ଗଠନ କରିଥିବା ରାଜ୍ୟସ୍ତରୀୟ ଟାସ୍କ ଫୋର୍ସର ସେ ଉପାଧ୍ୟକ୍ଷ ହୋଇଥିଲେ । ଏବେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନର ଅଧ୍ୟକ୍ଷ ହୋଇଛନ୍ତି। ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଭୟ।

Leave A Reply

Your email address will not be published.