୩ ଦଫା ଦାବି ନେଇ ଲୋୟର ପିଏମଜିରେ ଗର୍ଜିଲେ ୧ ଲକ୍ଷ ୩୬ ହଜାର ପ୍ରାଥମିକ ଶିକ୍ଷକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲୋୟର ପିଏମଜିରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ରାଜ୍ୟର ୧ ଲକ୍ଷ ୩୬ ହଜାର ଶିକ୍ଷକ ଭୁବନେଶ୍ୱରରେ ରାଲି ଓ ଧାରଣା ଦେଉଛନ୍ତି। ନିଜ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ୩ ଦଫା ଦାବିରେ ଲକ୍ଷାଧିକ ଶିକ୍ଷକ ଭୁବନେଶ୍ୱରରେ ଏକାଠି ହେବେ। ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ ଆହ୍ୱାନରେ ହେଉଥିବା ଏହି ଆନ୍ଦୋଳନରେ ପ୍ରଥମ ଦାବି ରହିଛି ଶିକ୍ଷା ସହାୟକ ଭାବେ ନିଯୁକ୍ତ ହୋଇଥିବା ୬ ବର୍ଷ ସମୟକୁ ରେଗୁଲାର ନିଯୁକ୍ତି ଭାବେ ବିବେଚନା କରି ଇନକ୍ରିମେଣ୍ଟ ପ୍ରଦାନ କରିବା।

ସେହିଭଳି ଦ୍ୱିତୀୟ ଦାବି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ତୃତୀୟ ଦାବି ନୂତନ ପେନସନ ନୀତି ପରିବର୍ତ୍ତେ ପୁରୁଣା ପେନସନ ନୀତିକୁ ଲାଗୁ କରାଯିବା। ୨୦୦୧ ମସିହାରୁ ରାଜ୍ୟରେ ଶିକ୍ଷା ସହାୟକ ନିଯୁକ୍ତି ଆରମ୍ଭ ହୋଇଥିଲା ବେଳେ ସେତେବେଳେ ମାତ୍ର ୧୫୦୦ ଟଙ୍କାରେ ଏହି ଶିକ୍ଷକ ମାନେ କାର୍ଯ୍ୟ ସମ୍ପାଦନ କରିଥିଲେ।

୬ ବର୍ଷ ପରେ ଏହି ଶିକ୍ଷା ସହାୟକ ନିୟମିତ ଶିକ୍ଷକର ମାନ୍ୟତା ପାଇଥିଲେ। ଏହା ସହିତ ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ହାଇସ୍କୁଲ ଶିକ୍ଷକ ମାନଙ୍କ ଠାରୁ କମ ଦରମା ପାଉଥିବା ଏହି ପ୍ରାଥମିକ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ହାଇସ୍କୁଲର ଠିକା ଶିକ୍ଷକ ମାନଙ୍କୁ ମୂଳ ନିଯୁକ୍ତି ତାରିଖରୁ ନିୟମିତ କରାଯାଇ ଥିବା ବେଳେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି କ୍ଷେତ୍ରରେ ତାହାର ବ୍ୟତିକ୍ରମ ହୋଇ ୬ ବର୍ଷର ଶିକ୍ଷା ସହାୟକ ସମୟକୁ ଗଣତି ହେଉ ନଥିବା ଅଭିଯୋଗ ଆଣିଛନ୍ତି ଏହି ଶିକ୍ଷକମାନେ।

Leave A Reply

Your email address will not be published.