ଓଡିଆ ନ୍ୟୁଜ୍(ବ୍ୟୁରୋ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ , ଭୁବନେଶ୍ବର ମହାନଗର ତରଫରୁ ମହାନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ,ଏହି ସମ୍ମିଳନୀରେ ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟରୁ ୨୧୩ ଜଣ ଛାତ୍ର ଛାତ୍ରୀ ଓ ତିନି ଜଣ ଅଧ୍ୟାପକ ଓ ୫ଜଣ ଶୁଭେଚ୍ଛୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ସମ୍ ହସ୍ପିଟାଲ ଉପଦେଷ୍ଟା ପ୍ରଫେସର ବସ୍ତନ୍ତ ପତି ଉପସ୍ଥିତ ଥିଲେ ସେ କହିଥିଲେ ଭାରତ ସୁନାର ଚିଡ଼ିଆ ଥିଲା ଏବେବି ଅଛି ଆଉ ରହିବ ଏଥିପାଇଁ ଯେ ପ୍ରକୃତ ସୁନା ହେଉଛି ଭାରତର ଯୁବ ବର୍ଗ ମାନେ ତେଣୁ ଆପଣ ମାନେ ସୁନାର ଚିଡିଆକୁ ପୁଣି ଥରେ ଆପଣ ମାନେ ସଜେଇପାରିବେ ଓ ଏବିଭିପି ଯେଉଁ ଲକ୍ଷ୍ୟନେଇ କାମରୁଛି ଭାରତକୁ ରାଷ୍ଟ୍ରୀୟ ପୂର୍ଣ୍ଣନିମାଣ କରିବାରେ ଆପାଣ ମାନେ ହିଁ ତାର ନେତୃତ୍ଵ ନେବେ ।
ରାଜ୍ୟ ସଭାପତି ଅଧ୍ୟାପକ ଗାର୍ଗୀ ବାନାର୍ଜୀ ,ଛାତ୍ର ମାନଙ୍କର ବର୍ତ୍ତମାନ ପରିସ୍ଥିତିରେ ସମାଜ ଉପରେ ଭୂମିକା ବିଷୟ ରଖିଥିଲେ ।।ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି ଏବିଭିପିର ଲକ୍ଷ୍ୟ ଆଦର୍ଶ ବିଷୟ ରଖିଥିଲେ ।ବିଭାଗ ସହ ପ୍ରମୁଖ ନଳୀନ କାନ୍ତ ରାଉତ ରାୟ ନିର୍ବାଚନ ଅଧିକାରୀ ଭାବେ ନୂତନ ମହାନଗର ସଭାପତି ଓ ମହାନଗର ସମ୍ପାଦକ ନିର୍ବାଚିତ କରିଥିଲେ ।
କେନ୍ଦ୍ରୀୟ କାର୍ଯ୍ୟ ସମିତ ସଦସ୍ୟା ସୁଶ୍ରୀ କବିତା କହଁର କହିଥିଲେ ଛାତ୍ରୀ ମାନଙ୍କ ପାଇଁ ମିଶନ ସାହସୀ ଓ ଋତୁମତି କାର୍ଯ୍ୟକ୍ରମ କରି ମାନସିକ ଓ ଶାରୀରିକ ସ୍ତରରେ ମଜବୁତ୍ କରୁଛି ଏବିଭିପି ।ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଚଣ୍ଡୀ ପ୍ରସାଦ ସୁଆର କହିଥିଲେ ଜଣେ ସାଧାରଣ ଛାତ୍ର ଛାତ୍ରୀଙ୍କୁ ବ୍ୟକ୍ତିତ୍ଵ ବିକାଶ କରିବାରେ ଏବିଭିପିର ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ଶ୍ରୀ ସୁଆର କହିଥିଲେ । ଭୁବନେଶ୍ବର ମହାନଗରରେ ରମାଦେବୀ ବିଶ୍ଵ ବିଦ୍ୟାଳୟର ଛାତ୍ରୀ ନେତ୍ରୀ ଯୁୱେଲ ଝାକୀ ସାହୁ ହେଲେ ମହାନଗର ସମ୍ପାଦକ ଓ ଟ୍ରାଇଡେଣ୍ଟ ଇଂ ମହାବିଦ୍ୟାଳୟର ଅଧ୍ୟାପକ ଇଂ ତପନ କୁମାର ନାୟକ ହେଲେ ସଭାପତି ।
ମହାନଗର ସହ ସମ୍ପାଦକ ଭାବେ ,ରାଜକୁମାର ମିଶ୍ର ,ଶାଶ୍ଵତୀ ଦାସ ,ବିଶ୍ୱଜିତ୍ ସାହୁ ,ମାନସ ହରିଚନ୍ଦନ ଦାୟିତ୍ଵ ପାଇଥିବା ବେଳେ ଥିଙ୍କ ଇଣ୍ଡିଆ ମହାନଗର ପ୍ରମୁଖ ଭାବେ ଆଇଆଇଟି ଛାତ୍ର ନେତା ଦୀପକ ରାଜ ପୁରହିତ, ମେଡିଭିଜନ ମହାନଗର ପ୍ରମୁଖଭାବେ ଡ.ଚିନ୍ମୟ ସାମଲ ଫର୍ମାଭିଜନ ପ୍ରମୁଖ ଭାବେ ସତ୍ୟରଞ୍ଜନ ଦାସ ମହାନଗର କାର୍ଯ୍ୟାଳୟ ସମ୍ପାଦକ ଭାବେ ସରୋଜ କୁମାର ସେଠୀ ଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି ।