ସାନ୍ତାଳୀ ଭାଷା ଶିକ୍ଷକଙ୍କ ନିଯୁକ୍ତିକୁ ସ୍ଥାୟୀ କରାଯାଉ: ଶରତ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସାନ୍ତାଳୀ ଭାଷା ଶିକ୍ଷକମାନଙ୍କ ପ୍ରତି ସରକାରୀ ଉଦାସୀନତାରେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଆଜି ଏକ ପ୍ରେସବାର୍ତା ଜରିଆରେ ସେ ଦର୍ଶାଇଛନ୍ତି ଯେ ୨୦୦୭ ମସିହାରୁ ୧୦୦ ଜଣ ଅଲଚିକି ଶିକ୍ଷକଙ୍କୁ ସାନ୍ତାଳୀ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ନିମିତ ମାସିକ ୩,୨୦୦ ଟଙ୍କା ବେତନରେ ନିଯୁକ୍ତି ଦିଆଯାଇଥିଲା । ଆଜକୁ ୧୫ବର୍ଷ ଧରି ସେହି ୧୦୦ ଜଣ ଶିକ୍ଷକ ଅସ୍ଥାୟୀ ଭାବେ ୩,୨୦୦ ଟଙ୍କା ବେତନରେ ଶିକ୍ଷାଦାନ କରିଚାଲିଛନ୍ତି । ସେମାନଙ୍କ ନିଯୁକ୍ତି ସ୍ଥାୟୀ କରିବା ନିମିତ ବାରମ୍ବାର ଦାବୀ କରି ନିରାଶ ହୋଇଛନ୍ତି । କିନ୍ତୁ ରାଜ୍ୟ ସରକାର ସ୍ଥାୟୀ କରିବାର ପ୍ରତିଶୃତି ଦେଇ ଓହରି ଯାଉଛନ୍ତି ।

ଗତ ୨୦୨୨ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ନିୟମିତ କରାଯିବାର ପ୍ରତିଶୃତି ପାଣିର ଗାର ହୋଇଛି । ଦ୍ୱିତୀୟରେ ସମସ୍ତ ଚୁକ୍ତିଭିତିକ ଶିକ୍ଷକମାନଙ୍କୁ ସ୍ଥାୟୀ କରାଯିବାର ଘୋଷଣା ହୋଇଥିଲେ ମଧ୍ୟ ଅଲଚିକି ଶିକ୍ଷକମାନେ ସେଥିରୁ ବାଦ ପଡ଼ିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ । ରାଇରଙ୍ଗପୁରରୁ ଭୁବନେଶ୍ୱର ଦୀର୍ଘ ୨୮ ଦିନ ପଦଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ରାଜଧାନୀରେ ଡେରା ପକାଇଛନ୍ତି । ଓଡ଼ିଶାର ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଆନ୍ଦୋଳନରତ ଶିକ୍ଷକମାନଙ୍କର ସ୍ଥାୟୀ ନିଯୁକ୍ତି ଦାବୀ ପ୍ରତି ସମ୍ମାନ ଜଣାଇ ଅବିଳମ୍ବେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଦାବୀ କରିଛନ୍ତି ।

Leave A Reply

Your email address will not be published.