ଓଡ଼ିଆ ନ୍ୟୁଜ୍: ୨ଟି କାର୍ ଓ ସ୍କୁଟି ମୁହାଁମୁହିଁ ଧକ୍କାରେ ୬ ଜଣ ଗୁରୁତର।ଇନ୍ଫୋଭ୍ୟାଲି ଥାନା ମଦନପୁର ଅଞ୍ଚଳ ଗୋହିରା ଛକରେ ଦୁର୍ଘଟଣା।ଦୁର୍ଘଟଣା ପରେ ୨ଟି କାର୍ ବିଲ ଭିତରେ ଖସି ପଡ଼ିଥିଲା।ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କଲା ପୋଲିସ।
ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଗୋହିରା ଛକରୁ ବାଗ୍ଚୀ ହସ୍ପିଟାଲରେ ରାସ୍ତାର ଉଭୟ ପଟୁ ଆସୁଥିଲା ଦୁଇଟି କାର୍ । ଏହି ସମୟରେ ହଠାତ୍ ଦୁଇଟି କାର୍ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ । ଏହାପରେ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଖସି ପଡିଥିଲେ । ତେବେ ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏହାପରେ ସେହି ଗୁରୁତରମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।