ଯାଜପୁର ଲୁଣିବର ଖାଦାନରେ ଅଘଟଣ: ୫୦ ଫୁଟ ଖାଦାନ ଭିତରକୁ ମେସିନ୍ ଖସି ୨ ଶ୍ରମିକ ମୃତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯାଜପୁର ଲୁଣିବର ଖାଦାନରେ ଅଘଟଣ। ଯାଜପୁର ଲୁଣିବର ଖାଦାନରେ ଅଘଟଣ: ୫୦ ଫୁଟ ଖାଦାନ ଭିତରକୁ ମେସିନ୍ ଖସି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଆଜି ସକାଳେ ଏହା ଜଣାପଡ଼ିଥିଲା। ମୃତମାନେ ହେଲେ ତେଲକୋଇ ଅଞ୍ଚଳର ପୋକଲିନ୍ ମେସିନ୍ ଅପରେଟର ଶାନ୍ତନୁ ଖିଲାର (୨୮) ଓ ଜେନାପୁର ଥାନା ଗେଙ୍ଗୁଟିଆ ଅଞ୍ଚଳର ହେଲ୍ପର ଅପୁ ରାଉତ(୧୭)।

ସୂଚନା ମୁତାବକ, ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବର ଖାଦାନରେ ଗତକାଲି ଏକ ପୋକ୍ଲିନ ମେସିନ ଦ୍ୱାରା ପଥର ତାଡ଼ିବା କାମ ଚାଲିଥିବା ବେଳେ ମେସିନ ଖାଦାନର ୫୦ ଫୁଟ ତଳକୁ ଖସିପିଡ଼ିଥିଲା। ଫଳରେ ପୋକ୍ଲିନ ମେସିନ ଅପରେଟର ଓ ହେଲ୍ପର ଗୁରୁତର ଆହତ ହୋଇଥିଲେ। ଖଣିରେ ଉପସ୍ଥିତ ଲୋକେ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅପରେଟରଙ୍କୁ ମୃତ ଘୋଷଣା କରିଥିବା ବେଳେ ହେଲ୍ପରକୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସା ବେଳେ ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ଆଜି ଜଣାପଡିଛି। ଖବର ପାଇବା ପରେ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅପରପଟେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଛି। ତେବେ କାହାର ଭୁଲ ଯୋଗୁ ଏତେବଡ଼ ଅଘଟଣ ଘଟିଲା ଜଣାପଡ଼ିନି।

Leave A Reply

Your email address will not be published.