ନୂଆଦିଲ୍ଲୀ(ଓଡ଼ିଶା ନ୍ୟୁଜ): ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ ବା ନାସ୍ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ କରିଛି । ନାସର ୨୦୨୧ ରିପୋର୍ଟ ଅନୁସାରେ ଓଡ଼ିଶାରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲରେ ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସହର ଓ ଗାଁ ପିଲାଙ୍କ ମଧ୍ୟରେ ମେଧାର ତାରତମ୍ୟ ଦେଖିବାକୁ ମଳିଛି । ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷାର ମାନଦଣ୍ଡ ଜଥେଷ୍ଟ ଅଧିକ କରିଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଏହି ସ୍ଥିତି ଅତି ନୈରାଶ୍ୟଜକ ରହିଛି । ସବୁଠଚ ବଡ଼ କଥା ହେଉଛି ତୃତୀୟ ଶେଣ୍ରୀରେ ପଢୁଥିବା ସହର ପିଲାଙ୍କ ତୁଳନାରେ ଗଣିତ, ପରିବେଶ ବିଜ୍ଞାନ, ଭାଷାରେ ଗାଁ ପିଲାଙ୍କ ପ୍ରଦର୍ଶନ ଖରାପ ରହିଛି । ସଂଖ୍ୟା କହିପାରୁନାହାନ୍ତି ତୃତୀୟ ଶ୍ରେଣୀ ପିଲା । ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓ ଭାଷାରେ ଜାତୀୟ ହାରଠାରୁ ପଛରେ ଅଛନ୍ତି । ରାଜ୍ୟରେ ଇଂରାଜୀ ପଢିବାରେ ମଧ୍ୟ ଗାଁ ପିଲାଙ୍କ ଅପେକ୍ଷା ସହରୀ ପିଲାଙ୍କ ପ୍ରଦର୍ଶନ ଭଲ ରହିଛି । ୫୦୦ ପଏଣ୍ଟରୁ ଗାଁର ପିଲା ୨୬୪ ପଏଣ୍ଟ ପାଇଥିବା ବେଳେ ସହରୀ ପିଲାଙ୍କୁ ମିଳିଛି ୩୦୨ ପଏଂଟ । ଇଂରାଜୀ ପାଠପଢାରେ ଘରୋଇ ଓ ସରକାରୀ ସ୍କୁଲ ମଧ୍ୟରେ ପାର୍ଥକ୍ୟ ୬୩ ପଏଂଟ ରହିଛି । ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ କରାଯାଇଥିଲା ଏହି ସର୍ଭେ ।