ପ୍ରକାଶ ପାଇଲା ନୀତି ଆୟୋଗ ରିପୋର୍ଟ, ଓଡିଶାର ୬୨ ଲକ୍ଷ ୬୨ ହଜାର ୮୫୨ ଦାରିଦ୍ର୍ୟମୁକ୍ତ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ନୀତି ଆୟୋଗ ରିପୋର୍ଟ ପ୍ରକାଶ ପାଇଛି । ଗତ ୫ ବର୍ଷ ଭିତରେ ଦେଶ ଦାରିଦ୍ର୍ୟ ଦୂରୀକରଣରେ ଏକ ବଡ଼ ସଫଳତା ହାସଲ କରିଛି ।  ୫ ବର୍ଷ ଭିତରେ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ଓଡ଼ିଶାରେ ଏ ସଂଖ୍ୟା ୬୨ ଲକ୍ଷ ୬୨ ହଜାର ୮୫୨ ।

ହେଲେ ବିଡମ୍ବନାର କଥା ଏବେବି ରାଜ୍ୟର ଆଦିବାସୀ ବହୁଳ ଓ ଉପାନ୍ତ ଅଂଚଳ ଗୁଡ଼ିକରେ ଦାରିଦ୍ର୍ୟ ହାର ବେଶ ଚିନ୍ତାଜନକ । ଆଉ ଏ ଚିନ୍ତାକୁ ଅଧିକ ବଢ଼ାଇଛି ମାଲକାନାଗିରି । କାରଣ ମାଲକାନାଗିରିର ଦାରିଦ୍ର୍ୟ ହାର ରାଜ୍ୟର ସର୍ବାଧିକ । ଏଠାରେ ୪୫ ଦଶମିକ ୦୧ ପ୍ରତିଶତ ଦାରିଦ୍ର୍ୟ ହାର ଥିବା ବେଳେ ୩୪ ଦଶମିକ ୦୩ ସହ ରାୟଗଡ଼ା ଦ୍ୱିତୀୟରେ ରହୁଛି । ତା ପଛକୁ ପଛ ରହୁଛି କୋରାପୁଟ ଓ ନବରଙ୍ଗପୁର । ତ ମୋଟା ମୋଟି କହିଲେ, ଅଭିଭକ୍ତ କୋରାପୁଟ ଜିଲ୍ଲାର ସବୁ ଅଞ୍ଚଳରେ ଦାରିଦ୍ର୍ୟର ଚିତ୍ର ଏ କ୍ଷେତ୍ରରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ବେଶ ଭଲରେ ଥିବା ବେଳେ ପୁରୀରେ ଦାରିଦ୍ର୍ୟ ହାର ସର୍ବନିମ୍ନ ୩ ଦଶମିକ ୨୯ ପ୍ରତିଶତ ରହିଛି ।

ମାଲକାନାଗିରିର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଏତେ ସବୁ ଯୋଜନା କରୁଥିବା ବେଳେ ଏଠାରେ ଗରିବ ହାର ଏତେ ଅଧିକ କାହିଁକି।

Leave A Reply

Your email address will not be published.