ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ଦେଶରେ କାୟା ବିସ୍ତାର କରୁଛି ନକଲି ସାର୍ଟିଫିକେଟ ମାମଲା । ଯେଉଁଥି ପାଇଁ ନ୍ୟାୟିକ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ପାଇଁ ସବୁ ଓକିଲଙ୍କ ଡିଗ୍ରୀ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ । ସୋମବାର ସୁପ୍ରିମକୋର୍ଟ ଏନେଇ ଯାଞ୍ଚ କରିବାକୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହି କମିଟିରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଓ ହାଇକୋର୍ଟର ଦୁଇ ଜଣ ଅବସରପ୍ରାପ୍ତ ବିଚାରପତି ରହିବେ । ଏଥିସହ ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ ଓ ମନିନ୍ଦର ସିଂ ମଧ୍ୟ ସଦସ୍ୟ ରହିବେ ବୋଲି ଜଣା ପଡ଼ିଛି । କମିଟିକୁ ବାର କାଉନସିଲ ଅଫ୍ ଇଣ୍ଡିଆ ମଧ୍ୟ ସ୍ୱତନ୍ତ୍ର ଭାବରେ ତିନି ଜଣ ସଦସ୍ୟଙ୍କୁ ମନୋନୀତ କରିବ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପରେ କମିଟିରେ ସ୍ଥାନ ପାଇଥିବା ସମସ୍ତଙ୍କ ନାଁ ସାର୍ବଜନୀନ କରାଯିବ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ପି.ଏସ୍ ନରସିହ୍ମା ଓ ଜଷ୍ଟିସ୍ ଜେ.ବି ପାରଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ, ଆଇନଜୀବୀଙ୍କ ଏହି ଆଇନ ଡିଗ୍ରୀ ଯାଞ୍ଚ ପ୍ରକିୟାର ଟିକିନିଖି ପ୍ରକ୍ରିୟାକୁ ନଜରରେ ରଖି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଯଦି ସବୁକିଛି ସ୍ବାଭାବିକ ରଖେ ତାହେଲେ ଆଗଷ୍ଚ ମାସ ଶେଷ ସୁଦ୍ଧା କମିଟିକୁ ତାର ଷ୍ଚାଟସ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଖଣ୍ଡପୀଠ କହିଛନ୍ତି, ଷ୍ଟେଟ୍ ବାର କାଉନସିଲରେ ପଞ୍ଜୀକୃତ ପ୍ରତ୍ୟକ ସତ୍ୟନିଷ୍ଠ ଆଇନଜୀବୀଙ୍କ ଏହା ମଧ୍ୟ କର୍ତ୍ତବ୍ୟ ଯେ, ସେମାନେ ଏଥିରେ ସହଯୋଗ କରିବା ସହ ନିଜ ଆଇନ ପ୍ରମାଣପତ୍ରର ଯାଞ୍ଜ ପ୍ରକିୟାରେ ନିଜ ଆଡ଼ୁ ସାମିଲ ହେବେ । ଯଦି ଏପରି ଯାଞ୍ଚ ସମୟ ସମୟରେ କରାନଯାଏ, ତାହେଲେ ଏହା ନ୍ୟାୟିକ ବ୍ୟବସ୍ଥା ପ୍ରତି ମଧ୍ୟ ବିପଦ ହୋଇ ଛିଡ଼ା ହୋଇପାରେ ।
ଖଣ୍ଡପୀଠ ଆହପରି ବି କହିଛନ୍ତି, ରାଜ୍ୟ ବାର କାଉନସିଲ ଦ୍ବାରା ଅତ୍ୟଧିକ ଏନରୋଲମେଣ୍ଟ୍ ଫିସ୍ ସମ୍ପର୍କରେ ମଧ୍ୟ କମିଟି ଯାଞ୍ଚ କରିବ । କେବଳ ସେତିକି ନୁହେଁ, ଖଣ୍ଡପୀଠ ଜୋର୍ ଦେଇ କହିଛନ୍ତି ଯେ, କେବଳ ନିଜକୁ ଆଇନଜୀବୀ ଦାବି କଲେ ହେବ ନାହିଁ, ନ୍ୟାୟିକ ବ୍ୟବସ୍ଥାରେ ସାମିଲ ହେବାକୁ ହେଲେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଜରୁରୀ। ଏଥିସହ ଏହି ପ୍ରକିୟାକୁ ସରଳ କରିବାକୁ ଖଣ୍ଡପୀଠ, ସମସ୍ତ ବିଶ୍ବବିଦ୍ୟାଳୟ, ପରୀକ୍ଷା ବୋର୍ଡକୁ ଆଇନଜୀବୀଙ୍କ ଡିଗ୍ରୀ ପ୍ରମାଣପତ୍ରର ବୈଧତା ସମ୍ବନ୍ଧରେ ତଥ୍ୟ ଦେବାକୁ ସେମାନଙ୍କଠାରୁ କୌଣସି ଫିସ୍ ନନେବାକୁ କହିଛନ୍ତି। ସେପଟେ ବିସିଆଇ ଖଣ୍ଡପୀଠକୁ କହିଛନ୍ତି ଯେ, ଯେଉଁମାନେ ରାଜ୍ୟ ବାର୍ କାଉନସିଲ୍ ନିକଟରେ ସେମାନଙ୍କ ଆଇନଗତ ଯୋଗ୍ୟତା ବା ଡିଗ୍ରୀ ପ୍ରମାଣପତ୍ର ଦାଖଲ କରିନାହାନ୍ତି, ତେଣୁ ସେମାନଙ୍କୁ ତୁରନ୍ତୁ ଏସବୁ କରିନେବା ଉଚିତ୍ ଓ।