ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ଅଭିନେତ୍ରୀ ଏଲିନାଙ୍କ ଡେଷ୍ଟିନେସନ ୱେଡିଂ। ବାଜିଲା ଏଲିନାଙ୍କ ସାହାନାଇ। ହେଲେ ଚେର୍ ପାଇଲେନି ଫ୍ୟାନ୍ସ। ଓଡିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି । ସିକ୍ରେଟ ମ୍ୟାରେଜ୍ କରି ଫ୍ୟାନଙ୍କୁ ସରପ୍ରାଇଜ୍ କରିଛନ୍ତି। ଭୁବନେଶ୍ୱରର ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କୁ ଜୀବନ ସାଥୀ କରିଛନ୍ତି ଏଲିନା।
ଇଣ୍ଡୋନେସିଆ ବାଲିରେ ହିନ୍ଦୁ ରୀତିରେ ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱରର ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କୁ ଜୀବନ ସାଥୀ କରିଛନ୍ତି ଏଲିନା। ଇଣ୍ଡୋନେସିଆ ବାଲିରେ ହିନ୍ଦୁ ରୀତିରେ ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜେ ଏଲିନା ବିବାହ ସମୟର ଫଟୋ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
କିନ୍ତୁ ଦୁଇ ଲଭ ବାର୍ଡଙ୍କର ଏବେ ବିବାହକୁ ନେଇ ସେମିତି କୌଣସି ଖବର କି ଚର୍ଚ୍ଚା ବି ନଥିଲା।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଓଲିଉଡରେ ବି ଏହି ଖବର ନଥିଲା। କହିବାକୁ ଗଲେ ଗୋପନୀୟତାର ସହ ବିବାହ କରିଛନ୍ତି ଏଲିନା। ବିବାହ ପରେ ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ କରିଛନ୍ତି। ଏହାପରେ ଶୁଭେଛାର ସୁଅ ଛୁଟୁଛି । ୨୦୧୫ରେ ଇସ୍କ ତୁ ହି ତୁ ସିନେମା ମାଧ୍ୟମରେ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିଲେ ।