ଧାନ ବିଲରେ ଯୁବକଙ୍କୁ ଦଳି ଦେଲା ହାତୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଲରେ ଧାନ ଫସଲ ଜଗିଥିବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା। ସମ୍ବଲପୁର ଜିଲ୍ଲା ହାତୀବାରିରେ ଏହି ଘଟଣା ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ ଟେଙ୍ଗପଡ଼ା ଗାଁର ଗଣେଶ ଭୋଇ। ଗତକାଲି ରାତିରେ ହାତୀପଲ ଗାଁମୁହାଁ ହୋଇଥିଲେ। ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ବାହାରିଥିଲେ। ହାତୀପଲଙ୍କୁ ଘଉଡ଼ାଇବା ପରେ ସମସ୍ତେ ଫେରି ଆସିଥିଲେ। ହେଲେ ଗଣେଶ୍ୱର ଫେରି ନଥିଲେ।

ଆଜି ସକାଳୁ ତାଙ୍କ ମୃତଦେହ ଏକ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବର ଲେଖା ହେବା ଯାଏ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି । ସୂଚନା ମୁତାବକ, ଅନେକ ସମୟରେ କିଛି ହାତୀ ପଲ ଗାଁରେ ପଶି ବହୁ ଧନସମ୍ପତ୍ତି ହାନୀ କରିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ତେଣୁ ରବିବାର ଗଣେଶ ଫସଲକୁ ହାତୀ ଦାଉରୁ ରକ୍ଷା କରିବା ଲାଗି ବିଲକୁ ଜଗିବା ପାଇଁ ଯାଇଥିଲେ।

ଏହି ସମୟରେ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ କିଛି ସ୍ଥାନୀୟ ଲୋକ ବିଲରେ ଗଣେଶଙ୍କର ମୃତଦେହ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତି ବିଧି ଉପରେ ନଜର ରଖିଛି।

Comments are closed.