ମିଳିଲା ନିଖୋଜ୍ ଭାରତୀୟ ଯବାନଙ୍କ ପତ୍ତା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନିଖୋଜ୍ ହୋଇଥିବା ଭାରତୀୟ ସେନାର ଯବାନଙ୍କ ସନ୍ଧାନ ମିଳିଛି । ଜମ୍ମୁ କଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ ଅହମ୍ମଦ ୱାନିଙ୍କ ସନ୍ଧାନ ମିଳିଛି। ପୋଲିସ ଟିମ ତାଙ୍କୁ ଉଦ୍ଧାର କରିଛନ୍ତି। ଜମ୍ମୁ କଶ୍ମୀର ପୋଲିସର ଟୁଇଟ ଅନୁଯାୟୀ, ଏଡିଜିପି କଶ୍ମୀର କହିଛି ଯେ ଡାକ୍ତରୀ ପରୀକ୍ଷା ପରେ ଯବାନ ଜାଭେଦ ଅହମ୍ମଦଙ୍କୁ ପଚରାଉଚରା କରାଯିବ। ଏହି ପଚରାଉଚରାରେ ଉଭୟ ସେନା ଏବଂ ପୋଲିସର ଅଧିକାରୀମାନେ ସାମିଲ ହେବେ।

ଜାଭେଦ ଅହମ୍ମଦ ୱାନି ୨୯ ଜୁଲାଇ ଛୁଟିରେ ତାଙ୍କ ଘରକୁ ଆସିଥିଲେ। ଏହି ସମୟରେ ସେ ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଅପହରଣ କରାଯାଇଥିବା ଯବାନଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ତେବେ ଯବାନଙ୍କୁ ଉଦ୍ଧାର ପରେ ପୋଲିସ ଏପର୍ୟ୍ୟନ୍ତ ଏ ସମ୍ପର୍କରେ କୌଣସି ସୂଚନା ଶେୟାର କରିନାହିଁ। ୨୦୧୪ରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ।

Leave A Reply

Your email address will not be published.