ଓଟିଟିରେ ପାଦ ଥାପିବ ଆଦିତ୍ୟ ଚୋପ୍ରାଙ୍କ ପ୍ରଡକ୍ସନ୍ କମ୍ପାନୀ

0

ଦେଶର ସବୁଠାରୁ ବଡ଼ ପ୍ରଡକ୍ସନ୍ ହାଉସ୍ ୟଶରାଜ୍ ଫିଲ୍ମସ୍ ଆଗକୁ ଓଟିଟିରେ ନିଜର ଯାତ୍ରା ଆରମ୍ଭ କରିବାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାକୁ ପ୍ରତିକ୍ରିୟା ରଖିଛି ପ୍ରଡକ୍ସନ୍ କମ୍ପାନୀ । ୟଶରାଜ୍ ଫିଲ୍ମସ୍ ଆଗକୁ ନିଜର ଓଟିଟି ଆଣିବାକୁ ଯାଉଛି । ବର୍ତ୍ତମାନ ୟଶରାଜ୍ ଫିଲ୍ମସ୍ ଓଟିଟିରେ ୱେବସିରିଜ୍ ଓ ଟିଭି ଶୋ ଆଣିବା ପାଇଁ ଯୋଜନା କରୁଛି । ଏମିତିରେ ବି ଏହି ପ୍ରଡକ୍ସନ୍ କମ୍ପାନୀ ବିଭିନ୍ନ ନିର୍ମାଣାଧୀନ ଫିଲ୍ମରେ ପ୍ରାୟ ୧୨୦୦ କୋଟି ଟଙ୍କା ଲଗାଇଛି । ଆଉ ଏବେ କାରବାର ଆଗକୁ ପ୍ରସାର କରିବା ପାଇଁ ଓଟିଟି ଦୁନିଆରେ ପାଦ ଥାପିବ ୟଶରାଜ୍ ଫିଲ୍ମସ୍ ।

ତେବେ ଏଥିପାଇଁ ୟଶରାଜ୍ ଫିଲ୍ମସ୍ ପ୍ରାୟ ୫୦୦ କୋଟି ଟଙ୍କା ନିବେଶ କରିବା ନେଇ ତିଆରି ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । ତେବେ ଓଟିଟିକୁ ନେଇ କମ୍ପାନୀ କୌଣସି ଅଫିସିଆଲ୍ ଘୋଷଣା କରିନାହିଁ । ହେଲେ ଯେକୌଣସି ସମୟରେ ଘୋଷଣା କରିପାରେ ବୋଲି ଶୁଣିବାକୁ ମିଳୁଛି । ସୁତ୍ରରୁ ଜଣାପଡ଼ିଛି ଯେ, ଓଟିଟି ମୁଖ୍ୟତଃ ଭାରତୀୟଙ୍କ ସମ୍ବେଦନକୁ ଦର୍ଶାଉଥିବା ଭଳି ରୋଚକ କାହାଣୀକୁ ନେଇ ୱେବସିରିଜ୍ ନିର୍ମାଣ ହେବ । ଗତ ଦୁଇ ବର୍ଷ ହେଲା ଏହା ଉପରେ କାମ ଜାରି ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ ୫୦୦ କୋଟି ଟଙ୍କା ମଞ୍ଜୁର ମଧ୍ୟ ହୋଇଛି । କମ୍ପାନି ପକ୍ଷରୁ ଏହି ଓଟିଟିର ନାମ ୱାଇଆରଏଫ୍ ଏଣ୍ଟରଟେନମେଣ୍ଟ୍ ରଖାଯାଇଛି ।

Leave A Reply

Your email address will not be published.