ଆଉ ଗାଇବେନି ଅରିଜିତ୍ ସିଂ

0

ଓଡ଼ିଆ ନ୍ୟୁଜ୍: ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର୍ ଅରିଜିତ୍ ସିଂ ଆଉ ଗୀତ ଗାଇବେ ନାହିଁ।ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଲେ ଅରିଜିତ୍।ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ଗୀତ ଗାଇବା ବନ୍ଦ ନେଇ ସୂଚନା। ସେ ଚଳଚ୍ଚିତ୍ର ପାଇଁ କଣ୍ଠଦାନ ବା ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍‌ରୁ ଅବସର ନେଉଥିବା ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି।

ଅରିଜିତ୍ ଲେଖିଛନ୍ତି ଯେ, ସେ ଆଉ କୌଣସି ନୂତନ ଚଳଚ୍ଚିତ୍ର ପ୍ରୋଜେକ୍ଟରେ ଗୀତ ଗାଇବେ ନାହିଁ। ଏହି ଯାତ୍ରା ସଫଳ ରହିଥିଲା ଏବଂ ସେ ଏଥିରୁ ଓହରି ଯିବାକୁ ଚାହୁଁଛନ୍ତି।ବଲିଉଡ୍‌ରୁ ଦୂରେଇ ଗଲେ ମଧ୍ୟ ସେ ସଙ୍ଗୀତ ସାଧନାରୁ ଦୂରେଇବେ ନାହିଁ। ସେ ପୁଣି ଥରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଫେରିବାକୁ ଚାହୁଁଛନ୍ତି ଏବଂ ନୂଆ କିଛି ଶିଖିବାକୁ ଇଚ୍ଛୁକ ଅଛନ୍ତି।

ଅବସରର କାରଣ ଦର୍ଶାଇ ସେ କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର ଗୋଟିଏ କାମରେ ବିରକ୍ତି ଅନୁଭବ କରନ୍ତି। ତେଣୁ ନିଜକୁ ପୁନର୍ଜୀବିତ କରିବା ପାଇଁ ସେ ନୂଆ ପ୍ରକାରର ସଙ୍ଗୀତ ତିଆରି କରିବାକୁ ଚାହୁଁଛନ୍ତି। ତାଙ୍କ କହିବା ଅନୁସାରେ, “ମୁଁ ନିଜେ ନିଜର ସଙ୍ଗୀତ ପ୍ରସ୍ତୁତ କରିବି, ଏବେ ଅସଲ ମଜା ଆସିବ!”ଯଦିଓ ସେ ନୂଆ ଗୀତ ଗାଇବେ ନାହିଁ, ତଥାପି ତାଙ୍କର ପୂର୍ବରୁ ବାକି ଥିବା କିଛି ପ୍ରୋଜେକ୍ଟ ଚଳିତ ବର୍ଷ ମୁକ୍ତିଲାଭ କରିବ।ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ୟାଟେଲ୍ ଅଫ୍ ଗଲୱାନ’ ର ଗୀତ ‘ମାତୃଭୂମି’ ଏବଂ ବିଶାଲ ଭରଦ୍ୱାଜଙ୍କ ‘ଓ ରୋମିଓ’ ର ଏକ ଗୀତ ମୁକ୍ତିଲାଭ କରିବା ପରେ ଏହି ଖବର ସାମ୍ନାକୁ ଆସିଛି।

Leave A Reply

Your email address will not be published.