ଶ୍ରୀହରିକୋଟାରୁ ସଫଳତାର ସହ ଲଞ୍ଚ୍ ହେଲା ଆଦିତ୍ୟ L1

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଆଉ ଏକ ବଡ଼ ଇତିହାସ ରଚିବା ଲକ୍ଷରେ ଭାରତ। ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡରୁ ସଫଳତାର ସହ ଲଞ୍ଚ୍ ହେଲା ଆଦିତ୍ୟ L1 ପୂର୍ବ ନିର୍ଦ୍ଦାରିତ ସମୟରେ ସଫଳତା ପୂର୍ବକ ସୋଲାର ମିଶନକୁ ଉତ୍‌କ୍ଷେପଣ କରାଯାଇଛି । ଚନ୍ଦ୍ରାୟନ-୩ ସଫଳତା ପରେ ସୂର୍ଯ୍ୟଙ୍କ ଉପରେ ଗବେଷଣା ହେବ । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ  ଆଦିତ୍ୟ L1 ଲଞ୍ଚ କରିଛି । ଏହି ମିଶନ ସଫଳ ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିବ । ଆକାଶ ମାର୍ଗରେ ବାଦଲର ଛାତି ଚିରି ମହାକାଶରେ ସୂର୍ଯ୍ୟଙ୍କ ଉପରେ ଏହି ସ୍ପେସ୍ କ୍ରାଫ୍ଟ ଅନୁଧ୍ୟାନ କରିବ । ସୂର୍ଯ୍ୟକୁ ଅତି ନିକଟରୁ ଅନୁଧ୍ୟାନ କରିବ ଆଦିତ୍ୟ L1 । ଲୈଗ୍ରେଜିୟମ ବିନ୍ଦୁରେ ପହଞ୍ଚିବାକୁ ସ୍ପେସକ୍ରାଫ୍ଟକୁ ୪ମାସରୁ ଅଧିକ ସମୟ ଲାଗିବ । ୫ ବର୍ଷ ଯାଏ କାମ କରିବ ମିଶନ ।

ଭାରତ ଏହା ପ୍ରଥମ ସୌର ମିଶନ । ପୃଥିବୀ ଠାରୁ ୨୫ ଲକ୍ଷ କିଲୋମିଟର ଦୂରରେ ରହି ଏହା ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ଆଦିତ୍ୟ L1 ମିଶନ ଲାଗି ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ଓଜନ ୧୪୫୭ କିଲୋଗ୍ରାମ । PSLV-C57 ଜରିଆରେ ଆଦିତ୍ୟ L1କୁ ଉତକ୍ଷେପଣ କରାଯାଇଛି ।

Leave A Reply

Your email address will not be published.