ଗତକାଲି ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମୀନ ଅଧ୍ୟକ୍ଷ ତଥା ହାଇଦ୍ରାବାଦ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରାଯାଇଥିଲା। ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଦାବି କରି ନିଜ ଗାଡ଼ିର ଏକ ଫଟୋ ଟ୍ବିଟରରେ ସେୟାର କରି ଏଭଳି ଅଭିଯୋଗ କରିଥିଲେ ଓୱେସି। ଆକ୍ରମଣ ପରେ ଆଜି ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି। ‘ଜେଡ୍’ ବର୍ଗ ସୁରକ୍ଷାରେ ୪ରୁ ୬ଜଣ ଏସଏସଜି କମାଣ୍ଡୋ ଏବଂ ପୁଲିସ୍ କର୍ମଚାରୀଙ୍କ ସମେତ ୨୨ଜଣ ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ବଳୟ ମଧ୍ୟରେ ରଖିଥାଆନ୍ତି। ତେବେ ଏନେଇ ସୂଚନା ମିଳିବା ପରେ ତଦନ୍ତ କରାଯାଇଥିଲା । ଏନେଇ ୨ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ସଚିନ ପଣ୍ଡିତ ଓ ଶୁଭମ। ଅଭିଯୁକ୍ତ ମାନେ ବିଜେପିର ସଦସ୍ୟ ଥିବାବେଳେ ଅନେକ ବଡ଼ ବଡ଼ ନେତାଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଛି। ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି।