ଜାମିନ ପରେ ପୁଣି ଜେଲ ଗଲେ ଇମ୍ରାନ ଖାନ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଜାମିନ୍ ପରେ ପୁଣି ଜେଲ ଗଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତୋଷଖାନା ମାମଲାରେ ଶୁଣାଯାଇଥିବା ୩ ବର୍ଷ ଜେଲ୍‌ ଦଣ୍ଡାଦେଶରେ ଆଜି ତାଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ଏହି ଖବର ଇମ୍ରାନଙ୍କ ସମର୍ଥକଙ୍କୁ ଖୁସି ଦେଇଥିବା ବେଳେ ଏହି ଖୁସି ମାତ୍ର କିଛି ସମୟ ପର୍ୟ୍ୟନ୍ତ ରହିଥିଲା। କାରଣ ଜାମିନ ମିଳିବା ପରେ ଏବେ ଆଉ ଏକ ମାମଲାରେ ପୁଣି ଇମ୍ରାନଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଇମ୍ରାନ ଖାନ ପାକିସ୍ତାନରେ କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଏକ ଗୁପ୍ତ କୂଟନୈତିକ କେବୁଲ ସିଫରର ଅପବ୍ୟବହାର କରିଥିଲେ। ଏହି ମାମଲାରେ ଇମ୍ରାନଙ୍କୁ ଆଜି ଗିରଫ କରାଯାଇଛି ଏବଂ ସେ ଅଗଷ୍ଟ ୩୦ପର୍ୟ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ।

ସେସନ୍‌ କୋର୍ଟଙ୍କ ରାୟକୁ ସ୍ଥଗିତ ରଖି ଆଜି ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। କିଛି ଦିନ ତଳେ ତୋଷଖାନା ମାମଲାରେ ରାୟ ଶୁଣାଇ ସେସନ୍‌ କୋର୍ଟ ଇମ୍ରାନଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ବିରୋଧ କରି ଇମ୍ରାନ ହାଇକୋର୍ଟ ପହଞ୍ଚିବା ପରେ ସୋମବାର ଇମ୍ରାନ ଖାନଙ୍କ ଆବେଦନକୁ ନେଇ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ହେଲେ ମଙ୍ଗଳବାର ସକାଳେ ତାଙ୍କୁ ଜାମିନ୍‌ ମିଳିଥିଲା।

Leave A Reply

Your email address will not be published.