ସିବିଆଇ ପରେ ପ୍ରଭାତ ବିଶ୍ବାଳଙ୍କ ଉପରେ ଇଡିର ଆକ୍ସନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସିବିଆଇ ପରେ କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉପରେ ଆକ୍ସନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ମଙ୍ଗଳବାର ପ୍ରଭାତ ରଞ୍ଜନ ବିଶ୍ୱାଳ, ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସନୀ ବିଶ୍ୱାଳ ଏବଂ ସି-ସୋରର ଦୁଇଟି କମ୍ପାନୀ ଏବଂ ଏହାର ଦୁଇ ମାଲିକ ପ୍ରଶାନ୍ତ କୁମାର ଦାସ ଓ ପ୍ରଭାତ କୁମାର ଦାସଙ୍କ ବିରୋଧରେ ଦ୍ୱିତୀୟ ସପ୍ଲିମେଣ୍ଟାରୀ ଦାଖଲ କରିଛି। ଇଡି ପୂର୍ବରୁ ୨୦୧୬ରେ ଏହି ମାମଲାରେ ଅଭିଯୋଗ ଆଣିଥିବା ବେଳେ ୨୦୧୭ରେ ସପ୍ଲିମେଣ୍ଟାରୀ ଅଭିଯୋଗ ଦାଖଲ କରିଥିଲା। ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦ୍ୱାରା ରୁଜୁ ହୋଇଥିବା ଏକ ଏଫ୍ଆଇଆର୍ ଆଧାରରେ ଇଡି ପିଏମ୍ଏଲ୍ଏ ତଦନ୍ତ ଆରମ୍ଭ କରିଥିଲା। ଇଡି ତଦନ୍ତରୁ ଜାଣିବାକୁ ପାଇଛି ଯେ ସିସୋର ଗ୍ରୁପ୍ ଅଫ୍ କମ୍ପାନିଗୁଡ଼ିକ ସେମାନଙ୍କ ପଞ୍ଜିକୃତ ସମବାୟ ସଂସ୍ଥା ଜରିଆରେ ଜନସାଧାରଣଙ୍କଠାରୁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିଲେ ଏବଂ ଏହି ଅର୍ଥକୁ ସେମାନଙ୍କ ଅନ୍ୟ ନକଲି କମ୍ପାନି ଏବଂ ବିଭିନ୍ନ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ନିକଟକୁ ପଠାଯାଇଥିଲା। ଇଡି ଦ୍ୱାରା ଦାଖଲ କରାଯାଇଥିବା ସପ୍ଲିମେଣ୍ଟାରୀରେ ନାମିତ ଅଭିଯୁକ୍ତମାନଙ୍କ ମାଧ୍ୟମରେ ଏହି ବେଆଇନ ଆର୍ଥିକ କାରବାର ହୋଇଥିଲା। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଇଡି ପକ୍ଷରୁ କୁହାଯାଇଛି। ସରଳ ଭାଷାରେ କହିବାକୁ ଗଲେ ମନି ଲଣ୍ଡରିଂ ମାମଲାରେ ପ୍ରଭାତ ବିଶ୍ୱାଳ ଓ ଅନ୍ୟମାନଙ୍କ ବିରୋଧରେ ଇଡି ନୂଆ ଚାର୍ଜସିଟ୍ ଦାଖଲ କରିଛି। ଇଡି କହିଛି ଯେ ପ୍ରଭାତ ବିଶ୍ୱାଳ ଏବଂ ଅନ୍ୟମାନେ ଜନସାଧାରଣଙ୍କ ଠାରୁ ସଂଗୃହୀତ ଅର୍ଥକୁ ନକଲି କମ୍ପାନୀ ଏବଂ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ନିକଟକୁ ପଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ସିବିଆଇ ପ୍ରଭାତ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଚାର୍ଜଫ୍ରେମ୍ ଦାୟର କରିଛି। କୋଟି କୋଟି ଟଙ୍କାର ସିସୋର ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ନେବାର ୯ ବର୍ଷରୁ ଅଧିକ ସମୟ ବିତିବା ପରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ବିରୋଧରେ ସିବିଆଇ ଶନିବାର ଚାର୍ଜସିଟ୍ ଦାଖଲ କରିଛି। ମନି ଲଣ୍ଡରିଂ ଅଭିଯୋଗରେ ଭୁବନେଶ୍ୱର ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା।

Leave A Reply

Your email address will not be published.