ହାରିବା ପରେ ଭୋଟରଙ୍କୁ ଆକ୍ରମଣ କଲେ ପ୍ରାର୍ଥୀଙ୍କ ସମର୍ଥକ

0

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ କମାରଡ଼ିଅ ପଞ୍ଚାୟତର ନିର୍ବାଚନ ଫଳାଫଳ ଘୋଷଣା ପରେ ଏଜ ହିଂସାକାଣ୍ଡ ଘଟିଯାଇଛି । ସୂଚନା ଅନୁଯାୟୀ କମାରଡ଼ିଅର ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଏବଂ ନିର୍ବାଚନରେ ବିଜୟର ସ୍ୱାଦ ଚାଖି ପାରିନାହାନ୍ତି । ସରପଞ୍ଚଙ୍କ ନାମରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ସମାଲୋଚନା ହୋଇଆସୁଥିଲା । ଏପରିକି ଉପଯୁକ୍ତ ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିବା ବଦଳରେ ଅଯୋଗ୍ୟ ବ୍ୟକ୍ତି ମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇ ଆସୁଥିଲେ । ଏପରିକି ସରକାରୀ ଚାକିରୀ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଆବାସ ଯୋଜନା ମିଳିଥିବା ବେଳେ ଅନେକ ଯୋଗ୍ୟ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇ ପାରିନାହାନ୍ତି । ପୂର୍ବରୁ କୋଠାଘର ଥିବା ଲୋକ ଘର ପାଇଥିବା ବେଳେ ଏବେବି କିଛି ଲୋକ କୁଡ଼ିଆରେ ଜୀବନ ବିତାଉଛନ୍ତି । ଭତ୍ତା ଠାରୁ ଆରମ୍ଭ କରି ରାସନ କାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଜନାର ଅପବ୍ୟବହାର କରିଛନ୍ତି ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ । ଯାହାର ପ୍ରତିକ୍ରିୟାରେ ଭୋଟର ମାନେ ଚଳିତ ନିର୍ବାଚନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନିର୍ବାଚନରେ ପରାଜୟ ଘଟଣାକୁ ସହଜରେ ହଜମ କରିପାରୁନଥିବା ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ରକ୍ତ ମୁଖା ହୋଇ ଉଠିଛନ୍ତି ତେଣୁ ତାଙ୍କର ସମର୍ଥକଙ୍କୁ ଲଗାଇ ନିରୀହ ଭୋଟର ମାନଙ୍କ ଉପରେ ଆକ୍ରମଣ କରିବାକୁ ପଚାଉନାହାନ୍ତି । ଏହି ଘଟଣା ପରେ ଆକ୍ରମଣର ଶିକାର ହେଇଥିବା ବ୍ୟକ୍ତି ମାନେ ମଙ୍ଗଳପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏହି ଘଟଣା ପରେ ଏବେ ସମସ୍ତଙ୍କ ନଜର ରହିଛି । ଦେଖିବାକୁ ବାକିରହିଲା ମଙ୍ଗଳପୁର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

 

Leave A Reply

Your email address will not be published.