ଓଡ଼ିଆ ନ୍ୟୁଜ୍: ମଝି ଆକାଶରେ ଇଣ୍ଡିଗୋ ବିମାନରେ କୁଆପଥର ମାଡ଼।କୁଆପଥର ମାଡ଼ରେ ବିମାନ କ୍ଷତିଗ୍ରସ୍ତ, ସମସ୍ତ ଯାତ୍ରୀ ସୁରକ୍ଷିତ।ଶ୍ରୀନଗରରେ ଜରୁରୀ ଅବତରଣ କଲା ବିମାନ। ୨୨୭ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଶ୍ରୀନଗର ଯାଉଥିଲା ବିମାନ।
ଶ୍ରୀନଗର ପାଖେଇବା ସମୟରେ ଉଡ଼ାଣଟି ଏକ ଶିଳାବର୍ଷଣର ସମ୍ମୁଖୀନ ହୋଇଥିଲା। ଏହି ଘଟଣାରେ ବିମାନର ନାକ କୋନ (ନୋଜ କୋନ) କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ କ୍ରୁ ସଦସ୍ୟମାନେ ବିମାନଟିକୁ ଶ୍ରୀନଗର ବିମାନବନ୍ଦରରେ ସନ୍ଧ୍ୟା ୬.୩୦ରେ ନିରାପଦରେ ଅବତରଣ କରାଇଥିଲେ।